Latest Odisha News

BREAKING NEWS

ଗୁଜରାଟରେ କ୍ୟାପ୍ଟେନ ବଦଳାଇଲା ଆମ୍‌ ଆଦ୍‌ମୀ ପାର୍ଟି; ଇସୁଦାନ ଗାଢବୀ ରାଜ୍ୟ ଅଧ୍ୟକ୍ଷ ନିଯୁକ୍ତ

ଗାନ୍ଧୀନଗର: ଗୁଜରାଟ ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ହେଲେ ଇସୁଦାନ ଗାଢବୀ। ବୁଧବାର ଦଳ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି। ପୂର୍ବରୁ ଗୋପାଳ ଇଟାଲିଆ ଏହି ପଦରେ ନିଯୁକ୍ତ ଥିଲେ। ହେଲେ ଆପ୍ ରାଜ୍ୟରେ ଏବେ କ୍ୟାପ୍ଟେନ୍ ବଦଳାଇଛି। ତେବେ ଗୋପାଳଙ୍କୁ ମଧ୍ୟ ଉଚ୍ଚ ପଦବୀ ଦେଇଛି ଦଳ। ତାଙ୍କୁ ଦଳର ଜାତୀୟ ପ୍ରବକ୍ତା କରିବା ସହ ମହାରାଷ୍ଟ୍ର ପ୍ରଭାରୀ ଦାୟିତ୍ୱ ବି ଦିଆଯାଇଛି।

ଗତ ବିଧାନସଭା ନିର୍ବାଚନରେ ଦଳ ଇଶୁଦାନଙ୍କୁ ମୁଖ୍ୟମନ୍ତ୍ରୀ ଚେହୋ ଭାବେ ଠିଆ କରିଥିଲା। ହେଲେ ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା। ଦଳ ମାତ୍ରର ୬ଟି ଆସନ ଜିତିଥିଲା। ତେବେ ଗାଢବୀ ଓ ଇଟାଲିଆଙ୍କ ଭଳି ଟାଣୁଆ ନେତା ନିର୍ବାଚନରେ ପରାସ୍ତ ହୋଇଥିଲେ।

ତେବେ ଗତଥର ନହେଲେ ନାହିଁ ଆସନ୍ତା ନିର୍ବାଚନରେ ରାଜ୍ୟରେ ପୂରା ଜୋର ଲଗାଇଦବେ ଆପ୍। ଏଥିପାଇଁ ତୃଣମୂଳ ସ୍ତରରୁ କାମ କରିବା ଆରମ୍ଭ କରିଦେଇଛି ଦଳ। ରାଜ୍ୟ ସଭାପତି ନିଯୁକ୍ତ କରିବା ସହିତ ୬ଟି ଜୋନ୍‌ର ଦଳ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ କରିଛି। ସେମାନେ ହେଲେ ରେମେଶ ପଟେଲ(ଉତ୍ତର), ଚୌତର ବାସବ(ଦକ୍ଷିଣ), ଜିୱେଲ ଭସ୍ରା(କେନ୍ଦ୍ର), ଜାଗମାଲ ଭାଲା(ସୌରାଷ୍ଟ୍ର), କୈଳାଶ ଗାଧବୀ(କୁଚ), ଏବଂ ଅଳ୍ପେଶ କଥିରିଆ(ସୁରତ)ରେ ନିଯୁକ୍ତି ଦିଆଯାଇଛି ବୋଲି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

୨୦୨୩ ନିର୍ବାଚନରେ ଆପ ଗୁଜରାଟର ମୋଟ ୧୮୨ ଆସନରୁ ଦଳ ୧୮୧ ଆସନରେ ନିର୍ବାଚନ ଲଢ଼ିଥିଲା। ବିଜେପିକୁ କଡ଼ା ଟକ୍କର ଦେବ ବୋଲି ଭରସା ରଖିଥିଲା। ହେଲେ ଆପ ମାତ୍ର ୫ଟି ଆସନ ଜିତିଥିବା ବେଳେ ବିଜେପି ୧୫୬ ଆସନ ସହ ଐତିହାସିଲକ ବିଜୟ ହାସଲ କରିଥିଲା। ଆପ୍‌ର ଟପ୍‌ ଦୁଇ ନେତା ଇସୁଦାନ ଗାଢ଼ବୀ କମ୍ଭାଳିଆ ଆଶନରୁ ପରାସ୍ତ ହୋଇଥିବା ବେଳେ ଇଟାଲିଆ କଟରଗ୍ରାମରୁ ନିର୍ବାଚନ ହାରିଥିଲେ। ଦଳର ସମସ୍ତ ମୁଖ୍ୟ ନେତା ନିର୍ବାଚନ ହାରିବା ପରେ ବି ଦଳ ରାଜ୍ୟରେ ୧୨.୬ ପ୍ରତିଶଥ ଭୋଟ ଅକ୍ତିଆର କରିଥିଲା। ସୌରାଷ୍ଟ୍ରରୁ ଦଳର ୪ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବା ବେଳେ ଦକ୍ଷିଣ ଗୁଜାରଟରୁ ଗୋଟିଏ ଆଦିବାସୀ ସିଟ୍ ଜିତିଥିଲା ଦଳ।

Leave A Reply

Your email address will not be published.