Latest Odisha News

BREAKING NEWS

ମାଙ୍କଡ଼ ସହ ସେଲଫି ନେବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ଚାଲିଗଲା ଜୀବନ

ମହାରାଷ୍ଟ୍ର : ସେଲଫି ନେବା ବେଳେ ଅଘଟଣ । ମାଙ୍କଡ଼ ସହ ସେଲଫି ନେବା ହେଲା କାଳ । ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି ସେଲଫି । ଜଣେ ବ୍ୟକ୍ତି ମାଙ୍କଡ଼ ସହ ସେଲଫି ନେଉଥିବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ମୃତ୍ୟୁ ବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ଭରନ୍ଦ ଘାଟି ରାସ୍ତାରେ ଘଟିଛି ।

ପୋଲିସ କହିବା ଅନୁଯାୟୀ, ଭରନ୍ଦ ଘାଟ ରାସ୍ତାରେ ଜଣେ ୩୯ ବର୍ଷୀୟ ଯୁବକ ମାଙ୍କଡମାନଙ୍କ ସହ ସେଲଫି ନେଉଥଇଲେ ହଠାତ୍‌ ୫୦୦ ଫୁଟ ଗଭୀର ଘାଟିରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ହେଲେ ଅବଦୁଲ ଶେଖ ।

ପୋଲିସ ପିଟିଆଇଙ୍କୁ ଜଣାଇଥିଲେ ଯେ ବୁଧବାର ସକାଳେ ଅବଦୁଲ ଶେଖ କାରରେ କୋନକାନ୍‌ ଅଭିମୁଖେ ଯାଉଥିଲେ । ତେବେ ସେ ବାଟରେ ଭରନ୍ଦ ଘାଟ ରାସ୍ତାରେ ଓ୍ୱାଘଜାଇ ମନ୍ଦିର ନିକଟରେ ଅଟକିଥିଲେ । ସେହି ସମୟରେ ସେଠାରେ ସେ କିଛି ମାଙ୍କଡ଼ଙ୍କୁ ଦେଖି ତାଙ୍କ ସହ ସେଲଫି ନେଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଏନେଇ ସ୍ଥାନୀୟ ପୁଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.