Latest Odisha News

BREAKING NEWS

ଦିଲ୍ଲୀର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: କଂଗ୍ରେସ ସହିତ ମେଂଟ କରି ଆମ ଆଦମୀ ପାର୍ଟି ଲୋକସଭାରେ ନିର୍ବାଚନରେ ଲଢ଼ିଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଉଭୟଙ୍କ ରାସ୍ତା ଅଲଗା ହୋଇଛି । ଆପର ବରିଷ୍ଟ ନେତା ଗୋପାଳ ରାୟ କହିଛନ୍ତି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଏକାକୀ ଲଢ଼ିବ । ସୂଚନାଯୋଗ୍ୟ, ଆପର ସଂଯୋଜକ ତଥା ଦିଲ୍ଲୀ ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି । ଦିଲ୍ଲୀ ବ୍ୟତୀତ ଗୁଜରାଟ, ହରିୟାଣା ଓ ଚଣ୍ଡୀଗଡରେ କଂଗ୍ରେସ ଓ ଆପ ଲୋକସଗା ୨୦୨୪ ନିର୍ବାଚନ ଏକତ୍ର ଲଢ଼ିଥିଲେ । ତେବେ ସେମାନେ ଗୋଟିଏ ହେଲେ ସିଟ ହାସଲ କରିପାରି ନ ଥିଲେ ।

ଅପରପକ୍ଷରେ ପଞ୍ଜାବରେ ଆପ ଏକାକୀ ଲଢ଼ି ୩ଟି ଲୋକସଭା ଆସନ ହାତେଇଛି । ଏହା ଦଳର ମନୋବଳ ବଢ଼ାଇଛି । ଗୋପାଳ ରାୟଙ୍କ କହିବା ଅନୁସାରେ ବିଧାୟକଙ୍କ ସହ ବୈଠକ ଶେଷ ହୋଇଛି । ଏହା ପରେ ସମସ୍ତ କାଉନସିଲରଙ୍କ ସହ ଆଲୋଚନା ହେବ ।

Leave A Reply

Your email address will not be published.