Latest Odisha News

BREAKING NEWS

ଆପ୍ ନେତା ତାହିରଙ୍କ ଘରୁ ପେଟ୍ରୋଲ ବୋମା, ପଥର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଏବେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓ ଭାଇରାଲ ହେବା ଏବଂ ଘରୁ ପେଟ୍ରୋଲ ବୋମା ମିଳିବା ପରେ ଦଙ୍ଗାରେ ତାଙ୍କର କୌଣସି ଭୂମିକା ନ ଥିବା ତାହିର ହୁସେନ କହିଛନ୍ତି। ହିଂସା ସମୟରେ ଦଙ୍ଗାକାରୀମାନେ ତାଙ୍କ ଘରକୁ କବ୍‌ଜା କରିନେଇଥିଲେ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ଏକ ନାଳରୁ ମିଳିଥିଲା । ଅଙ୍କିତ ଘରକୁ ଫେରୁଥିବାବେଳେ ଦଙ୍ଗାକାରୀମାନେ ତାଙ୍କୁ ଘର ନିକଟରୁ ଭିଡି ନେଇ ମାଡ଼ ମାରିଥିଲେ। ପରେ ତାଙ୍କ ତଣ୍ଟିକୁ କାଟିଦେବା ସହିତ ଗୁଳି କରି ଡ୍ରେନରେ ଫିଙ୍ଗି ଚାଲିଯାଇଥିଲେ । ଏହା ପଛରେ ହୁସେନଙ୍କ ହାତ ଥିବା ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Comments are closed.