Latest Odisha News

BREAKING NEWS

ମିଛ କେସରେ ଆତିଶୀଙ୍କୁ ଗିରଫ କରିବାକୁ ଚାଲିଛି ଯୋଜନା: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସିଏମ ତଥା ଆପ୍ ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ମିଛ କେସ୍ ରେ ଗିରଫ କରିବା ନେଇ ଆଶଙ୍କା କରିଛନ୍ତି । ଏଥିପାଇଁ ପରିବହନ ବିଭାଗରେ ମିଛ କେସ୍‌ ପ୍ରସ୍ତୁତି ଚାଲିଛି । ବୁଧବାର କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଉକ୍ତ ସ୍ଥାନରେ ଆତିଶୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଦିଲ୍ଲୀ ସରକାରଙ୍କର ଯୋଜନାକୁ ବନ୍ଦ କରିଥିବାର ଅଭିଯୋଗ ମଧ୍ୟ କରିଛନ୍ତି ।

କେଜ୍ରିୱାଲ କହିଛନ୍ତି, ୧୦ ବର୍ଷ ମଧ୍ୟରେ ବିଜେପି କିଛି ସେମିତି ଆଖି ଦୃଶିଆ କାମ କରିନାହାଁନ୍ତି । ଯଦି ତାଙ୍କୁ ଭୋଟ୍ ଦିଆଯାଏ ତେବେ ସେ କ’ଣ କରିବେ ତାହା କହିପାରିବେ ନାହିଁ? ସେମାନେ ଦୁର୍ବ୍ୟବହାର କରୁଛନ୍ତି । କେବଳ ମୋର ନିନ୍ଦା କରିବା ଜାରି ରଖିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନାହିଁ କି ଏଜେଣ୍ଡା ନାହିଁ । ଆମେ ବିଦ୍ୟାଳୟ, ଡାକ୍ତରଖାନା, ବିଦ୍ୟୁତ୍, ଜଳ, ବସ୍ ଯାତ୍ରା, ତୀର୍ଥଯାତ୍ରା ବିଷୟରେ ଆଲୋଚନା କରୁଛୁ । ତେଣୁ ଆମକୁ ଭୋଟ୍ ଦେବା ଉଚିଚ୍ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଗିରଫ ହେବାର ସନ୍ଦେହ ବ୍ୟକ୍ତ କରିଛନ୍ତି । ଆମକୁ କୁହାଯାଇଛି ଯେ ପରିବହନ ବିଭାଗ ସହ ଜଡିତ ମୋ ବିରୋଧରେ ଏକ ନକଲି ମାମଲା ରୁଜୁ ହୋଇଛି । ଏହାର ପରିଣାମକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି । ମୋର ଆଇନ ଉପରେ ବିଶ୍ୱାସ ଅଛି । ଯଦି ମୋତେ ଗିରଫ କରାଯାଏ ତେବେ ମୁଁ ଜାମିନ ପାଇବି ।

ସୂଚନାଯୋଗ୍ୟ, ନିକଟରେ କେଜ୍ରିଓ୍ୱାଲଙ୍କ ସଞ୍ଜିବନୀ ଓ ମୁଖ୍ୟମନ୍ତ୍ରୀ ମହିଳା ସ୍କିମ୍‌ ଘୋଷଣା କରିଥିଲେ । ତେବେ ଏହି ସ୍କିମ୍‌କୁ ନେଇ ଏବେ ଦିଲ୍ଳୀରେ ଆପ୍‌ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧି । ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟ ବିଭାଗ ଓ ପରିବାର ଶିଶୁ କଲ୍ୟାଣ ବିଭାଗ ଏହି ସ୍କିମ୍‌କୁ ବିରୋଧ କରି ଖବରକାଜରେ ବିଜ୍ଞାପନ ଜାରି କରିଛି । ଏହାପରେ ଆପ୍‌ର ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

Leave A Reply

Your email address will not be published.