Latest Odisha News

BREAKING NEWS

ଆପ ନେତା ରାଘବ ଓ ଅଭିନେତ୍ରୀ ପରିଣୀତିଙ୍କ ମଧ୍ୟରେ କିଛି ଚାଲିଛି କି ?

ମୁମ୍ବାଇ: ଆମ ଆଦମୀ ପାର୍ଟିର ଯୁବ ନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତ ଚୋପ୍ରାଙ୍କ ମଧ୍ୟରେ କିଛି ନୂଆ ଧରଣର ସମ୍ପର୍କ ଯୋଡି ହେଉଥିବା ଖବର ହସ୍ତଗତ ହୋଇଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ରାଘବ ଓ ପରିଣୀତଙ୍କୁ ଏକ ହୋଟେଲରେ ଏକତ୍ର ଦେଖିବାକୁ ମିଳିଥିଲା । ଉଭୟ ଭଲ ବନ୍ଧୁ ବୋଲି ପୂର୍ବରୁ ଜଣାପଡି ସାରିଛି । ତେବେ ବନ୍ଧୁତା କିଛି ଅଲଗା ରୂପ ନେଉଥିବା ନେଇ ଚର୍ଚ୍ଚା ହେଉଛି । ଇନଷ୍ଟାଗ୍ରାରେ ପରିଣୀତଙ୍କ ୪୦ ମିଲିୟନ ଫଲୋର୍ସ ରହିଥିବା ବେଳେ ରାଘବଙ୍କ ୪୨୭କେ ରହିଛନ୍ତି । ଉଭୟ ସେମାନଙ୍କ ବ୍ୟକ୍ତିଗତ ଜୀବନ ନେଇ ବେଶ ସଂଯମତା ଅବଲମ୍ବନ କରନ୍ତି ।

ମୁମ୍ବାଇର ଏକ ନାମକରା ହୋଟେଲରେ ଉଭୟଙ୍କୁ ରାତି ବେଳା ଦେଖିବାକୁ ମିଳିଥିଲା । କେଉଁ କାରଣ ନେଇ ଉଭୟ ଏକତ୍ର ହୋଇଥିଲେ ତାହା ଅବଶ୍ୟ ସ୍ପଷ୍ଟ ହୋଇନି । ଏହି ବନ୍ଧୁତା ଆଗକୁ କେଉଁ ରୂପ ନେଉଛି ତାହା ସମୟ କହିବ । ଉଭୟ ରାଘବ ଓ ପରିଣୀତ ଏ ସମ୍ପର୍କରେ କିଛି ବୟାନ ଜାରୀ କରି ନାହାନ୍ତି ।

Leave A Reply

Your email address will not be published.