Latest Odisha News

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି । ସଞ୍ଜୟ ସିଂଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଗତ ୬ ମାସରୁ ଅଧିକ ସମୟ ହେବ ସେ ଜେଲ୍ ରେ ଥିଲେ ।

ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂହ । ଆଜି ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିକୁ ଅନେକ ପ୍ରଶ୍ନ କରିଥିଲେ ଯେଉଁଥିରେ କୌଣସି ପ୍ରକାର ପ୍ରତିବାଦ କରି ନଥିଲା ଇଡି ।

ବର୍ତ୍ତମାନ ସଞ୍ଜୟଙ୍କୁ ଏହି ଜାମିନ ମିଳିବା ପରେ କେସର ଟ୍ରାଏଲ ଶେଷ ନ ହେବା ଯାଏଁ ତାଙ୍କୁ ଗିରଫ କରାଯାଇପାରିବନାହିଁ ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିବା ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍‌ ରେ ଅଛନ୍ତି । ଇଡି ରିମାଣ୍ଡ ଶେଷ ହେବା ପରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ ।

ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଞ୍ଜୟ ସିଂହଙ୍କୁ ଜାମିନ ମିଳିବା ଏକ ପ୍ରକାର ଆପ୍ ଦଳର ମନୋବଳକୁ ଦୃଢ କରିଥିବା କୁହାଯାଉଛି ।

 

Comments are closed.