Latest Odisha News

ଲଣ୍ଡା ହେବାକୁ ମନା କଲେ ଆପ ନେତା ସୋମନାଥ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଆପ ନେତା ସୋମନାଥ ଭାରତୀ ପ୍ରତିଜ୍ଞା କରିଥିଲେ ଯେ, ମୋଦି ଯଦି ପୂନର୍ବାର ପ୍ରଧାନମନ୍ତ୍ରୀ ହେବେ ତେବେ ମୁଁ ଲଣ୍ଡା ହେବି । ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ସୋମନାଥ ଲଣ୍ଡା ହେବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ମୋଦି ତାଙ୍କ ଦକ୍ଷତା ବଳରେ ଏଥର ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି, ମୁଁ କାହିଁକି ଲଣ୍ଡା ହେବି ।

ସେ ସହଯୋଗୀ ଦଳ ସହ ଏଥର ସରକାର ଗଠନ କରିଛନ୍ତି ବୋଲି ସୋମନାଥ କହିଛନ୍ତି । ଜନତା ଏଥର ତାଙ୍କ ବିପକ୍ଷରେ ଭୋଟ ଦେଇଛନ୍ତି । ସହଯୋଗୀଙ୍କ ସଫଳତାରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦି କ୍ୟାବିନେଟରେ ଅନ୍ତର୍ଭୁକ୍ତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.