Latest Odisha News

BREAKING NEWS

ଆପ୍ ବିଧାୟକଙ୍କ ନିଆରା ଅନ୍ଦାଜ: ବଲିଉଡ୍ ବିଟରେ ଟିକାକରଣ ନେଇ କରୁଛନ୍ତି ସଚେତନ

ନୂଆଦିଲ୍ଲୀ: କରୋନା ସହ ସମସ୍ତେ ଏବେ ଲଢ଼େଇ କରୁଛନ୍ତି । ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଲୋକ ବି ସଚେତନ ହୋଇଛନ୍ତି । ଟିକାକରଣ ଅଭିଯାନ ଚାଲିଛି । ଏହାରି ଭିତରେ ଆଗକୁ ଆସିଛନ୍ତି ଦିଲ୍ଲୀର ଆପ ବିଧାୟକ ରୋହିତ ମେହରୌଲିଆ । ରାଜରାସ୍ତା, ଗଳିକନ୍ଦିରେ ପଶି ଲୋକଙ୍କ ଭିତରେ କରୋନା ଟିକା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ବଲିଉଡ୍ ରେଟ୍ରୋ ସଙ୍ଗକୁ ନିଜ ଅନ୍ଦାଜରେ ଗାଇ ଲୋକଙ୍କୁ ଟିକାକରଣ ନେଇ ସଚେତନ କରାଉଛନ୍ତି ।

ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଉଛନ୍ତି ରୋହିତ । ଏସମ୍ପର୍କିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର ହୋଇଛି । ଯେଉଁଥିରେ ରୋହିତ ଓ ତାଙ୍କ ଟିମ୍ ୧୯୫୭ ମସିହାର ଫେମସ ସଙ୍ଗ ଇନା ମୀନା ଦୀକୁ ଗାଉଛନ୍ତି । ଟିକା ଲଗାଇବାକୁ କହୁଛନ୍ତି ବିଧାୟକ । ଗୀତରେ ଗୀତରେ କରୋନାକୁ ନିପାତ କରିବାର ମେସେଜ ଦେଉଛନ୍ତି । ଗୁଜବରେ ବିଶ୍ୱାସ ନକରିବାକୁ ଲୋକଙ୍କୁ ଅପିଲ କରୁଛନ୍ତି ରୋହିତ ।

ଗତବର୍ଷ ଦିଲ୍ଲୀ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି ରୋହିତ । ପୂର୍ବରୁ ସଙ୍ଗୀତ ଶିକ୍ଷକ ଥିଲେ । ତାଙ୍କ ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଇବା ସହ ଟିକାକରଣ ଦିଗରେ ବାର୍ତ୍ତା ଦେଉଛନ୍ତି । ରୋହିତଙ୍କ ଏଭଳି ଉଦ୍ୟମକୁ ନିର୍ବାଚନମଣ୍ଡଳୀର ଲୋକ ଭାରି ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.