Latest Odisha News

BREAKING NEWS

ମାଲିକ କୋଳରେ ଛୁଆ କୁକୁରକୁ ଦେଖି ସହି ପାରିଲାନି ପାଳିତ କୁକୁର, ଇର୍ଷାରେ କ’ଣ କଲା ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ମଣିଷ ଇର୍ଷା କରେ । ଅନ୍ୟ କାହାର ଭଲ ଦେଖି ପାରେ ନାହିଁ । ଏକଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ମଣିଷ ସହ ରହି ରହି ଗୋଟିଏ କୁକୁର ବି କେତେ ଇର୍ଷାନ୍ୱିତ ହୋଇପାରେ ତାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି । ଗୋଟିଏ କୁକୁର ନିଜ ମାଲିକ ପାଖରେ ଗୋଟିଏ ଛୁଆ କୁକୁରକୁ ଶୋଇଥିବା ଦେଖି ସହି ପାରିଲା ନାହିଁ ।

ସୋଫା ପାଖକୁ ଯାଇ ନିଜ ମୁହଁରେ ଛୁଆ କୁକୁରକୁ ଉଠାଇଲା । ପାଖରେ ଥିବା ଡଷ୍ଟବିନରେ ଫିଙ୍ଗି ଦେଲା । ନିଜେ ଯାଇ ମାଲିକ ପାଖରେ ଶୋଇ ପଡ଼ିଲା । ଭିଡିଓଟି ଭାରି ମଜାଦାର ହୋଇଛି । ଏଥିସହ ପଶୁଙ୍କ ପାଖରେ ଥିବା ଇର୍ଷା ଗୁଣକୁ ବି ଦର୍ଶାଉଛି । ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିଲେଣି ।
ଦେଖନ୍ତୁ ସୋସିଆଲ୍ ମିଡିଆରେ ସେୟାର୍ ଭିଡିଓ 

Leave A Reply

Your email address will not be published.