Latest Odisha News

ପୁନଃ ଖୋଲିଲା ନଦୀମର୍ଗ ନରସଂହାର କେସ୍‌

ପୁଲବାମା: ଜମ୍ମୁ-କଶ୍ମୀରର ହାଇକୋର୍ଟ ନଦୀମର୍ଗରେ ଘଟିଥିବା କଶ୍ମୀର ପଣ୍ଡିତଙ୍କ ନରସଂହାର କେସକୁ ପୁନଃ ଖୋଲିଛନ୍ତି । ୨୩ ମାର୍ଚ୍ଚ ୨୦୦୩ରେ ରାତିରେ ସେନାର ପୋଷାକ ପିନ୍ଧି ଲଶ୍ମର ଇ ତୋଇବା ଆତଙ୍କବାଦୀମାନେ ୨୪ କଶ୍ମୀର ପଣ୍ଡିତଙ୍କୁ ନୃଶଂସ ଭାବେ ଗୁଳି କରି ହତ୍ୟା କରିଥିଲେ । ଏଥିରେ ୧୧ ମହିଳା ଓ ୨ ବର୍ଷର ଶିଶୁଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ପୂର୍ବରୁ ସେଶନ କୋର୍ଟ ଓ ହାଇକୋର୍ଟ ଏହି କେସ ଖୋଲିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଥିଲେ । ୨୦୧୪ରେ ରାଜ୍ୟ ସରକାର ତଳ କୋର୍ଟର ନିଷ୍ପତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାର ଶୁଣାଣୀ ପାଇଁ ବୈକଳ୍ପିକ ବ୍ୟବସ୍ଥା କରିବା ତଥା ଜମ୍ମୁର ଅନ୍ୟ କୌଣସି କୋର୍ଟକୁ ଟ୍ରାନ୍ସଫର କରିବା ପାଇଁ ଦାବୀ କରା ଯାଇଥିଲା । ଯାହା ଫଳରେ ଜୀବିତ ଥିବା ସାକ୍ଷ୍ୟମାନେ କୌଣସି ପ୍ରକାର ଭୟର ବଶୀଭୂତ ନ ହୋଇ ସାକ୍ଷ୍ୟ ପ୍ରଦାନ କରିପାରିବେ ।

କୋର୍ଟ ଏହାକୁ ଖାରଜ କରିବା ପରେ ଏହାକୁ ସୁପ୍ରିମକୋର୍ଟରେ ପୁନର୍ବାର ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାକୁ ଖୋଲିବା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ହାଇକୋର୍ଟ ବିଚାରପତି ସଞ୍ଜୟ ଧର ଏହାକୁ ରିଓପନ କରିବା ଆବେଦନକୁ ମଂଜୁରୀ ପ୍ରଦାନ କରିଛନ୍ତି । ୧୫ ସେପ୍ଟମ୍ବର ୨୦୨୨ରେ ହାଇକୋଟରେ ଏ ନେଇ ଶୁଣାଣୀ ହେବ ।

Leave A Reply

Your email address will not be published.