Latest Odisha News

‘କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍’

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ କୁ ପରାଜୟର ସ୍ବାଦ ଚାଖିବାକୁ ମିଳିଛି । ଯାହାକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଆମ୍ ଆଦମୀ ପାର୍ଟି ଲଢ଼ିବ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି । ଆପ୍‌ ମୁଖପାତ୍ର ପ୍ରିୟଙ୍କା କକ୍କଡ ଏନେଇ ସ୍ପଷ୍ଟ କରିଛନ୍ତି । ଏହା ସହ ସେ କଂଗ୍ରେସକୁ ଅତ୍ୟଧିକ ଆତ୍ମବିଶ୍ୱାସ କହିବା ସହ ଦଳ କୁ କଟାକ୍ଷ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଆମେ ଦିଲ୍ଲୀରେ ଯାହା କରିଛୁ ତାହା ଆଧାରରେ ଆମେ ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବୁ ।

ଅନ୍ୟପଟେ, ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ କହିଛନ୍ତି ଯେ ହରିୟାଣାରେ ନିର୍ବାଚନ ଫଳାଫଳର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ନିର୍ବାଚନରେ ​​କେବେବି ଅଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ । କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ପ୍ରତ୍ୟେକ ନିର୍ବାଚନ ଏବଂ ପ୍ରତ୍ୟେକ ଆସନ ଜିତିବା କଷ୍ଟକର ।

ତେବେ ଆସନ୍ତା ବର୍ଷ ୨୦୨୫ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.