Latest Odisha News

BREAKING NEWS

ଆପଣାନ୍ତୁ ଏହି ସରଳ ଉପାୟ, ନିଶ୍ଚିତ ପାଇବେ ସୁନ୍ଦର ମସୃଣ ତ୍ୱଚା

ଭୁବନେଶ୍ୱର: ଉଭୟ ପୁରୁଷ ଓ ମହିଳା ନିଜ ସୌନ୍ଦର୍ଯ୍ୟକୁ ନେଇ ସଚେତନ ଥାନ୍ତି । କିନ୍ତୁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏହାକୁ ଟିକିଏ ଅଧିକ ପ୍ରଧାନ୍ୟ ଦେଉଥିବାର ଦେଖିବାକୁ ମିଳିଥାଏ । ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏମାନେ ବିଭିନ୍ନ ପ୍ରୟାସ ମଧ୍ୟ କରିଥାନ୍ତି । ପାର୍ଲର ଯିବା ଠାରୁ ଆରମ୍ଭ କରି ବହୁ ଦାମୀ କସମେଟିକ୍ ଜିନିଷ କିଣି ବ୍ୟବହାର କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି, ଘରେ ବସି କମ ଖର୍ଚ୍ଚରେ ନିଜ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବାର ସହଜ କୌଶଳ ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ସଂପର୍କରେ..

କଞ୍ଚା କ୍ଷୀରକୁ ହାଲୁକା ଭାବେ ଚେହେରାରେ ମାଲସ କରନ୍ତୁ । ଏହା ଦ୍ୱାରା ମୃତ କୋଷିକା ଗୁଡିକୁ ବାହାରି ଯାଇଥାଏ ଓ ଚେହେରାରେ ଚମକ ଆସିଥାଏ ।

ଦହିରେ ଲେମ୍ବୁ ମିଶାଇ ଚେହେରାରେ ମାଲସ କରନ୍ତୁ । ଏପରି କରିବା ଦ୍ୱାରା ମୁହଁରୁ ବ୍ରଣ ଏବଂ ଦାଗ ଦୂର ହୋଇଥାଏ ।

ଚିନିରେ ପ୍ରସ୍ତୁତ ଫେସ ସ୍କ୍ରବ ବ୍ୟବହାର କରନ୍ତୁ । ଏହା ଦ୍ୱାରା ମୁଁହରେ ଚମକ ବଢିଥାଏ ।

ମହୁ ଲଗାଇବା ଦ୍ୱାରା ତ୍ୱଚା ନରମ ରହିଥାଏ ଓ ଚମକ ବଢିଥାଏ ।

ବେବି ଅଏଲରେ ତ୍ୱଚା ମସାଜ କରନ୍ତୁ ଏହା ଦ୍ୱାରା ଚେହେରାରେ ଶୁଷ୍କତା ଦୂର ହୋଇଥାଏ ।

Comments are closed.