Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ନଜର ଆସିଲେ ଆପ୍ ନେତ୍ରୀ ସ୍ବାତୀ

ନୂଆଦିଲ୍ଲୀ: ବିଜେପି ଆଡେ ମୁହାଁଉଛନ୍ତି କି ସ୍ବାତୀ ମାଲେଓ୍ବାଲ ? କାରଣ ଯେଉଁଠି ପୂରା ଆପ୍ ଏବେ ଦିଲ୍ଲୀ ଫଳାଫଳକୁ ନେଇ ସଦମାରେ ଅଛି ସେଠି ବିଜେପିର ଶପଥ ଗ୍ରହଣ ସମାରୋହରେ ନଜର ଆସିଛନ୍ତି ଆପ୍ ନେତ୍ରୀ ସ୍ବାତୀ ମାଲିଓ୍ବାଲ ।

ଗୁରୁବାର ଦିଲ୍ଲୀର ରାମଲୀଳା ମଇଦାନରେ ବିଜେପିର ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ସମୟରେ ଆପ ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବସିଥିଲେ । ସେ କଂଗ୍ରେସ ଦିଲ୍ଲୀ ୟୁନିଟ୍ ମୁଖ୍ୟ ଦେବେନ୍ଦର ଯାଦବଙ୍କ ସହ କଥାବାର୍ତ୍ତା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି ।

ତେବେ କହିରଖୁଛୁ, ଆପ ପାର୍ଟି ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକଦା ନିକଟତର ସହଯୋଗୀ ଥିଲେ ସ୍ବାତୀ । ହେଲେ ବିଗତ ମାସ ଗୁଡିକରେ ସ୍ବାତୀ ନିଜ ଦଳର ହିଁ ସମାଲୋଚକ ଭାବରେ ଉଭା ହୋଇଥିଲେ । ଗତ ବର୍ଷ ମେ ମାସରେ ଯେତେବେଳେ ସେ କେଜ୍ରିୱାଲଙ୍କ ଅନ୍ୟ ଜଣେ ସହଯୋଗୀ ବିଭବ କୁମାରଙ୍କ ଉପରେ ଆକ୍ରମଣର ଅଭିଯୋଗ କରିଥିଲେ। ସେ ଦାବି କରିଥିଲେ ଯେ , ସେ ଯେତେବେଳେ କେଜ୍ରିଓ୍ବାଲଙ୍କ ବାସଭବନକୁ ଆଲୋଚନା ପାଇଁ ଯାଇଥିଲେ, ସେଠି ବିଭବ ତାଙ୍କୁ ଶାରୀରିକ ଭାବରେ ନିର୍ଯାତନା ଦେଇଥିଲେ । ସେତେବେଳେ ଏହାକୁ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା ।

Comments are closed.