Latest Odisha News

ଲମ୍ବା କେଶ କୁ ଲମ୍ବା ଦାଢ଼ି: ଅନନ୍ୟ ଲୁକରେ କାର୍ତ୍ତିକ, ରିଲିଜ ହେଲା ‘ଆଶିକି ୩’ର ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡର କ୍ୟୁଟ୍ ସୁପରଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ୍‌ ଆଜିକାଲି ତାଙ୍କ ଫିଲ୍ମ ‘ଆଶିକି ୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ଏକ ରୋମାଣ୍ଟିକ ଲୁକରେ ନଜର ଆସିବେ। କାର୍ତ୍ତିକଙ୍କ ଏହି ଆଗାମୀ ଫିଲ୍ମକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ । ଆଉ ଏହାରି ଭିତରେ କାର୍ତ୍ତିକଙ୍କ ମ୍ୟୁଜିକାଲ ରୋମାଣ୍ଟିକ ଫିଲ୍ମ ଆଶିକ୍ ୩ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଏହି ଟିଜରରେ ସେ ଶ୍ରୀଲୀଳାଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ତେବେ କାର୍ତ୍ତିକଙ୍କ ଏହି ଫିଲ୍ମଟି ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ।

ନିକଟରେ ରିଲିଜ ହୋଇଥିବା ଆଶିକ୍ ୩ର ଫାଷ୍ଟ ଲୁକରେ କାର୍ତ୍ତିକ ଆର୍ଯ୍ୟନ ଏବଂ ଶ୍ରୀଲୀଳାଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ଭୂଷଣ କୁମାରଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଶ୍ରୀଲୀଳା ।ରିଲିଜ ହୋଇଥିବା ଟିଜରରେ କାର୍ତ୍ତିକ ଦୁଃଖରେ ଥାଇ ଏକ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଟିଜରରେ କାର୍ତ୍ତିକଙ୍କ ଲୁକ୍କୁ ଏବେ ପ୍ରଶଂସକ ବହୁତ ପ୍ରଶଂସା କରୁଛନ୍ତି । ତାଙ୍କର ଏହି ଲୁକ୍ ପାଇଁ ପ୍ରଶଂସକମାନେ ଏବେ ପାଗଳର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ କାର୍ତ୍ତିକଙ୍କୁ ମଧ୍ୟ ନିକଟରେ ଦେଖିବାକୁ ମିଳିଥିଲା। ଲମ୍ବା କେଶ ଏବଂ ଲମ୍ବା ଦାଢ଼ି ସହ କାର୍ତ୍ତିକ କିଛି ଅଲଗା ଅବତାରରେ ଦେଖାଯାଉଥିଲା । ସେତେବେଳେ ସେ ଡେନିମ୍ ଜିନ୍ସ ପିନ୍ଧିଥିଲେ। ସେପଟେ ରିଲିଜ ହୋଇଥିବା ଟିଜରରେ ମଧ୍ୟ ସେ ସମାନ ଲୁକରେ ଦେଖିବାକୁ ମିଳିଛନ୍ତି । ତେବେ ପୂର୍ବରୁ କାର୍ତ୍ତିକଙ୍କ ଆଶିକ୍ ୩ରେ ତୃପ୍ତି ଡିମରି ମୁଖ୍ୟ ଭୁମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ପରେ ରିପୋର୍ଟ ଆସିଥିଲା ​​ଯେ ତୃପ୍ତି ନୁହେଁ ବରଂ ଶ୍ରୀଲୀଳାଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବ ।

ଅନ୍ୟପଟେ କାର୍ତ୍ତିକଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, କାର୍ତ୍ତିକ ଆର୍ଯ୍ୟନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଭୁଲ ଭୁଲୈୟା’ରେ ଦେଖିବାକୁ ମିଳିଥିଲା। ବକ୍ସ ଅଫିସରେ ଫିଲ୍ମଟି କୋଟି କୋଟି ଟଙ୍କା ରୋଜଗାର କରି ଅନେକ ରେକର୍ଡ ଭାଙ୍ଗିଥିଲା। ଏହା ବ୍ୟତୀତ କାର୍ତ୍ତିକଙ୍କୁ ଚନ୍ଦୁ ଚାମ୍ପିଅନ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ପ୍ରଶଂସକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥିଲା।

 

Comments are closed.