ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଏକ କାରକୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ଡିସିପି ବଳରାମ ନାୟକ ଥିବା ଜଣାପଡିଛି । ଅନ୍ୟଜଣଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ଡିସିପି ବଳରାମ ନାୟକ କେନ୍ଦୁଝର ଘଟଗାଁରୁ ଘରକୁ ଫେରୁଥିବା ବେଳେ ଚାନ୍ଦପୁର ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଡିସିପି ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବଳରାମଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଖବରପାଇ ପୋଲିସ ଟ୍ରକ୍ ଏବଂ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.