Latest Odisha News

BREAKING NEWS

କୋହଲିଙ୍କ ପ୍ରାଇଭେସୀ ଲିକ କରିବା ମୋର ମସ୍ତବଡ ଭୁଲ ଥିଲା

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବ୍ୟକ୍ତିଗତ କାରଣ ଯୋଗୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୪ଟି ମୁକାବିଲାରୁ ଓହରି ଯାଇଛନ୍ତି । ସେ କଣ ପାଇଁ ଓହରିଲେ ସେ ନେଇ ଆଲୋଚନା ଜୋର ଧରିଥିବା ବେଳେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ବଡ ଖୁଲାସା କରିଥିଲେ । କୋହଲି ଖୁବ ଶୀଘ୍ର ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ବୋଲି କହିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । କୋହଲି ଏବଂ ଡିଭିଲର୍ସ ଭଲ ବନ୍ଧୁ ହୋଇଥିବାରୁ ଏହି କଥାକୁ ସମସ୍ତେ ବିଶ୍ୱାସ କରି ନେଇଥିଲେ । ତେବେ କୋହଲି କିମ୍ବା ଅନୁଷ୍କା ଶର୍ମାଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

ଶୁକ୍ରବାର ଏକ ସାକ୍ଷାତକାରରେ ଡିଭିଲର୍ସ ତାଙ୍କ ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ମୁଁ ଭଲ ଭାବେ ନ ଜାଣି କୋହଲିଙ୍କ ପ୍ରାଇଭେସୀ ଲିକ କରିବା ଠିକ ହୋଇ ନାହିଁ । କ୍ରିକେଟରୁ ବ୍ରେକ ନେବା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଅଧିକାର । ଏଥିପ୍ରତି ସମସ୍ତଙ୍କୁ ସମ୍ମାନ କରିବା ଉଚିତ । ବ୍ରେକ ପରେ ସେ ନିଶ୍ଚିତ ଭାବେ ଚମତ୍କାର ଶୈଳୀରେ ପ୍ରତ୍ୟାବର୍ତନ କରିବେ ବୋଲି ଡିଭିଲର୍ସ କହିଛନ୍ତି ।

Leave A Reply

Your email address will not be published.