Latest Odisha News

BREAKING NEWS

ଦଶପଲ୍ଲାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ନୟାଗଡ: ରଥଯାତ୍ରା ପାଇଁ ଆଜି ପୁରୀ ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଜିଲ୍ଲା ଦଶପଲ୍ଲା ମହାବୀର ମନ୍ଦିରରେ ଶୁକ୍ରବାର ପୂଜାର୍ଚ୍ଚନା ପରେ ରଥକାଠ ବାହାରିଥିବା ସୂଚନା ମିଳିଛି ।

ତେବେ ୩ଟି ଟ୍ରକରେ ଶ୍ରୀମନ୍ଦିର ଅଭିମୁଖେ ଆସୁଛି ୧୦୨ ଖଣ୍ଡ କାଠ । ଏଥିରେ ୫୦ ଖଣ୍ଡ ଅସନ ଏବଂ ୫୨ ଖଣ୍ଡ ଧଉରା କାଠ ରହିଛି । ଶ୍ରୀପଞ୍ଚମୀ ପୂର୍ବରୁ ପୁରୀରେ ପହଞ୍ଚିବ ରଥକାଠ । ସମସ୍ତ ରଥକାଠ ପହଞ୍ଚିବା ପରେ ଅକ୍ଷୟ ତୃତୀୟା ଦିନ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ପ୍ରଥମେ ଗଣିଆ ବଡ଼ମୂଳ ସ୍ଥିତ ମା’ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଗତ ଜାନୁଆରୀ ୨ ତାରିଖରେ ରଥକାଠ ଅନୁକୂଳ ପୂଜା ଯଥାବିଧି ଶେଷ ହୋଇଥିଲା । ଏହାପରେ ମା’ ଙ୍କ ଅନୁମତି ମିଳିବା ପରେ ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଛା ସେକ୍ସନ ଅଞ୍ଚଳରୁ ବନବିଭାଗ ପକ୍ଷରୁ ରଥକାଠ ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.