ବ୍ରହ୍ମପୁର:ଏକ ପରିତ୍ୟକ୍ତ ଘରେ ବିଦେଶୀ ମଦ କାରଖାନା ଚାଲିଥିବା ଗ୍ୟାଙ୍ଗ୍କୁ ଧରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଓ ସିଅଳା ରୋଡ୍ରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ୪ଜଣ ଯୁବକ ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ । ପୋଲିସ ସେମାନଙ୍କ ନିକଟରୁ ସୂଚନା ପାଇଥିଲା । ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ବେତଝରୀ ଗ୍ରାମ ନିକଟରେ ଚଢ଼ାଉକରି ସେଠାରେ ଏକ ପରିତ୍ୟକ୍ତ ଘରେ ନକଲି ମଦ ପ୍ରସ୍ତୁତ ଚାଲିଥିବା ଦେଖିବାକୁ ପାଇଥିଲା । ସେଠାରୁ ୪୦ଲିଟର ସ୍ପିରିଟ୍, ୫୦୦ବିଭିନ୍ନ ବ୍ରାଣ୍ଡର ବୋତଲ, ୩ହଜାର ଠିପି, ବିଭିନ୍ନ ବ୍ରାଣ୍ଡର ୫୦୦ ଲେବଲ୍, ବିଭିନ୍ନ ବ୍ରାଣ୍ଡର ୨୦ଲିଟର ନକଲି ମଦ, ଏକ ଅଟୋ ରିକ୍ସାକୁ ଜବତ କରିଛି ପୋଲିସ। ଏନେଇ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକର ମୁନା ନାୟକ(୪୨), ସୀତାରାମ ସାହିର ବୁଲୁ ପାତ୍ର(୫୦), ଜଗବନ୍ଧୁ ସାହିର ସନିଆ ସାହୁ(୩୭)ଙ୍କ ସମେତ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟର ନିଲୁ ସାହୁ(୨୭)ଙ୍କୁ ଗିରଫ କରିଛି । ସୂଚନାଥାଉକି, କିଛିଦିନ ତଳେ ଇନ୍ଦ୍ରାକ୍ଷୀର ନକଲି ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ କନିଷିର ନିଲୁ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ବେଳେ ପୁଣିଥରେ ଆସି ଏହି ନକଲି ମଦ କାରଖାନା ଚଲାଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ

Comments are closed.