Latest Odisha News

BREAKING NEWS

କମ୍ ମୂଲ୍ୟରେ ପାହାଡ଼ କିଣି କରିଦେଲେ ବିଳାସପୂର୍ଣ୍ଣ ହୋଟେଲ: କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ଟେକ୍ସାସ: କୁହାଯାଏ ଯଦି ଆପଣଙ୍କର ସୃଜନଶୀଳତା ଅଛି, ତେବେ ଆପଣ କୌଣସି ବି ଜିନିଷକୁ ଆକର୍ଷଣୀୟ କରିପାରିବେ । କୌଣସି ମୂଲ୍ୟହୀନ ଜିନିଷ ମୂଲ୍ୟବାନ ହୋଇପାରିବ । ଏହିପରି ଜଣେ ସୃଜନଶୀଳ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତିି । ବ୍ୟକ୍ତି ଜଣକ ମରୂଭୂମିରେ କିଣିଥିବା ଏକ ପରିତ୍ୟକ୍ତ ପାହାଡ ଆଜି ତାଙ୍କୁ କୋଟିପତି କରିପାରିଛି । ଏହି ପାହାଡ଼ର ଫଟୋ ଓ ଭିଡ଼ିଓକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି,ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଟେକ୍ସାସରେ ରହୁଥିବା ଜଣେ ବ୍ୟକ୍ତି ନିଜ ପାଇଁ ନିଛାଟିଆ ମରୁଭୂମିରେ ଏକ ପରିତ୍ୟକ୍ତ ପାହାଡ଼ ବା ଗୁମ୍ଫା କିଣିଥିଲେ । ଯେତେବେଳେ ସେ ଏହି ଗୁମ୍ଫା କିଣିଲେ, ଅନେକ ଲୋକ ତାଙ୍କୁ ଥଟ୍ଟା ପରିହାସ କରିବାକୁ ଲାଗିଲେ । ହେଲେ ସେ କାହାରି କଥାକୁ ଗୁରୁତ୍ୱ ଦେଇ ନ ଥିଲେ । କିନ୍ତୁ ଆଜି ଏହି ଗୁମ୍ଫା ତାଙ୍କୁ କୋଟିପତି କରିପାରିଛି । ଏହି ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ସୃଜନଶୀଳତା ପ୍ରଦର୍ଶନ କରିଛନ୍ତି । ସେ ଏହି ଗୁମ୍ଫାକୁ ଏକ ବିଳାସପୂର୍ଣ୍ଣ ଗୁମ୍ଫା ହୋଟେଲରେ ପରିଣତ କରିଛନ୍ତିି । ଆଜି ସେ ଏଥିରୁ କୋଟି ଟଙ୍କା ରୋଜଗାର ବି କରୁଛନ୍ତି । ଏହି ଗୁମ୍ଫା ହୋଟେଲର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି ଗୁମ୍ଫା ଏତେ ସୁନ୍ଦର ହୋଇଛି ଯେ ଲୋକମାନେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ।

ପଥର କାଟି କୋଠରୀ ପ୍ରସ୍ତୁତ କରାଯାଇଛି । ଏହା ସହିତ ଏକ ପଞ୍ଚ ତାରକା ହୋଟେଲରେ ଉପଲବ୍ଧ ପ୍ରତ୍ୟେକ ସୁବିଧା ଏଠାରେ ଦିଆଯାଇଛି । ଏହି ଗୁମ୍ଫାରେ ବିଳାସପୂର୍ଣ୍ଣ ବେଡ଼ ସହିତ ଅନେକ ଆସବାବପତ୍ର ସୁବିଧା ପାଇବେ । ମେକ୍ସାସକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ହୋଟେଲ ଅପେକ୍ଷା ଏହି ଗୁମ୍ଫା ହୋଟେଲରେ ରହିବାକୁ ବେଶୀ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.