Latest Odisha News

BREAKING NEWS

ପ୍ରେମିକାଙ୍କ ସହ ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ହ୍ରିତିକ : ରୋମାଣ୍ଟିକ୍ ଫଟୋ ସେୟାର କଲେ ସବା

ମୁମ୍ବାଇ: ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ଅଭିନେତା ହ୍ରିତିକ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦ । ଉଭୟ ଆର୍ଜେଣ୍ଟିିନାର ବୁଏନ୍ସ ଆୟରିସରେ ସମୟ ବିତାଉଛନ୍ତି । ଏହି ସମୟର କିଛି ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ନିଜେ ସବା । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛିି ।

ସେମାନଙ୍କ ସମ୍ପର୍କକୁ ନେଇ ଉଭୟ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ସବା ନିଜ ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି ଯେ, “ମୋର ହିପ୍ପୋ ହୃଦୟ ବା ମାଇଁ ହିପୋ ହାର୍ଟ” । ଅନ୍ୟ ଏକ ଫଟୋରେ ହ୍ରିତିକ ଓ ସବା ସେଲଫି ପୋଜ୍ ଦେଇଛନ୍ତି ।

ଏହି ଫଟୋଗୁଡ଼ିକୁ ଦେଖିଲେ ଉଭୟ ଦୂରରେ ରହି ନିଜର ବିଶେଷ ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି । ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ହ୍ରିତିକ୍ ଏବଂ ସବା ବାରମ୍ବାର ଏକାଠି ଯାତ୍ରା କରିବା ସହ ଫଟୋ ସେୟାର କରନ୍ତି । ଏହା ପୂର୍ବରୁ ସେମାନଙ୍କୁ ଗୋଆ ଏବଂ ଲଣ୍ଡନର ବିଭିନ୍ନ ସ୍ଥାନରେ ନଜର ଆସିଥିଲେ । ଉଭୟଙ୍କୁ ଅନେକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳନ୍ତି । କିଛି ମାସ ତଳେ ସେମାନେ ଏକ ରେଡ୍ କାର୍ପେଟ୍ ଇଭେଣ୍ଟରେ ନିଜ ସମ୍ପର୍କକୁ ନେଇ ପ୍ରଥମେ ଆନୁଷ୍ଠାନିକ ଘୋଷଣା କରିଥିଲେ ।

Leave A Reply

Your email address will not be published.