Latest Odisha News

ଟି୨୦ କ୍ରିକେଟରେ ୪ର୍ଥ ଦ୍ରୁତତମ ଶତକ ମାରିଲେ ସିିନ ଆବୋଟ୍ଟ

ଲଣ୍ଡନ: ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ସିନ ଆବୋଟ୍ଟ ଟି୨୦ ଇତିହାସର ୪ର୍ଥ ଦ୍ରୁତତମ ଶତକ ମାରିଛନ୍ତି । ଟି୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଂଟରେ ଆବୋଟ୍ଟ ମାତ୍ର ୩୪ ବଲରେ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କେଂଟ ବିପକ୍ଷ ମୁକାବିଲାରେ ସରେ ପକ୍ଷରୁ ଆବୋଟ୍ଟ ଏହି ଚମକପ୍ରଦ ଇନିଂସ ଖେଳିଛନ୍ତି । ସରେ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୫ ୱିକେଟ ହରାଇ ୯୪ ରନ କରିଥବା ବେଳେ ଆବୋଟ୍ଟ ବ୍ୟାଟିଂ କରିବାକୁ ଆସି ୨୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପରେ ୧୧ ବଲରେ ସେ ଶତକରେ ପଂହଚି ଯାଇଥିଲେ ।

ସରେ ୨୦ ଓଭରରେ ୫ ୱିକେଟ ହରାଇ ୨୨୩ ରନ କରିଥିଲା । ଜବାବରେ କେଂଟ ୭ ୱିକେଟ ବିନିମୟରେ ୧୮୨ ରନ କରିବାକୁ ସକ୍ଷମ ହୋଇଥିଲା । କ୍ରିସ ଗେଲ ମାତ୍ର ୩୦ ବଲରେ ଶତକ ହାସଲ କରି ଶୀର୍ଷରେ ରହିଛନ୍ତି । ସେ ଆଇପିଏଲରେ ପୁଣେ ବିପକ୍ଷରେ ଏହି ଇନିଂସ ଖେଳିଥିଲେ । ରିଷଭ ପନ୍ତ ୩୨ ବଲରେ, ୱିହାନ ଲୁବେ ୩୩ ବଲରେ ଶତକ ହାସଲ କରିଛନ୍ତି ।

Leave A Reply

Your email address will not be published.