Latest Odisha News

ଜୁନ ୧୧ ରେ ବିବାହ ବନ୍ଧନରେ ବାନ୍ଧିହେବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ବଲିଉଡ଼ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କର ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ଜୁନ୍ ୧୧ ତାରିଖରେ ଅନୁଷ୍ଠିତ ହେବ ।

୨୭ ବର୍ଷିୟା କୃଷ୍ଣାଙ୍କର ଗତ ଡିସେମ୍ବର ୫ ତାରିଖରେ ତାଙ୍କ ପ୍ରେମିକଙ୍କ ସହ ନିର୍ବନ୍ଧ ହୋଇଥିଲା । ସେ ଜୁନ ୧୧ ତାରିଖରେ ବେଦାନ୍ତଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ । ଏହି ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ । ବିବାହ ଉତ୍ସବରେ ବନ୍ଧୁବାନ୍ଧବଙ୍କ ବଲିଉଡ଼ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କ ସହ ପରିବାର ସଦସ୍ୟ ସାମିଲ ହେବେ । ବିବାହ ଗୁଜୁରାଟୀ ଏବଂ ମାରୱାଡ଼ି ରୀତିନୀତିର ଆୟୋଜିତ ହେବ । ପ୍ରି ୱେଡିଂ କାର୍ଯ୍ୟକ୍ରମ ଜୁନ ୮ରୁ ଆରମ୍ଭ ହେବ, ଯେଉଁଥିରେ ହଲଦି, ସଂଗୀତ ଏବଂ ମେହେନ୍ଦି ସମାରୋହ ସାମିଲ ହୋଇଛି । ସେ କହିଛନ୍ତି, ‘ମୁଁ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ନେଇ ଉତ୍ସାହିତ ଅଛି । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । କୃଷ୍ଣା ‘ଟ୍ୱିଷ୍ଟେଡ ୩’ରେ ନିର୍ଦ୍ଦେଶନା ଦେଇଥିଲେ ।

 

Leave A Reply

Your email address will not be published.