Latest Odisha News

BREAKING NEWS

ଛତିଶଗଡ଼ରୁ ଉଦ୍ଧାର ହେଲା ବଲାଙ୍ଗୀରରୁ ଅପହୃତ ନାବାଳିକା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ନାବାଳିକାକୁ ଛତିଶଗଡର ରାୟପୁରରୁ ଉଦ୍ଧାର କରାଯାଇଛି।

ପୋଲିସର ତଥ୍ୟ ଅନୁଯାୟୀ, ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ, ତୁରେକେଲା ଅଞ୍ଚଳର ଜୟକ୍ରୀଷ୍ଣା ଲୁହା ଏହି ଝିଅକୁ ପ୍ରେମ ଜାଲରେ ଫସାଇ ଥିଲେ । ଯେତେବେଳେ ଝିଅଟିର ବିଶ୍ୱାସ ଜିତିବାରେ ସେ ସଫଳ ହେଲେ ସେତେବେଳେ ସେ ତାଙ୍କ ସାଙ୍ଗ ମୋହିତ ରଂଜନ ପଣ୍ଡା ଏବଂ ଅଶ୍ୱିନୀ ଛତ୍ରିଆଙ୍କ ସହ ମିଶି ତାଙ୍କୁ ଅପହରଣ କରିଥିଲେ।

ସେମାନେ ନାବାଳିକାଟିକୁ ରାୟପୁରକୁ ନେଇ ଯାଇଥିଲେ ଯେଉଁଠାରେ ଜୟକ୍ରୀଷ୍ଣା ତାଙ୍କ ସହ ଦୁଷ୍କର୍ମ କରିଥିବା ସୂତ୍ରରୁ ପ୍ରକାଶ।

ନାବାଳିକାଙ୍କ ପରିବାର ଏନେଇ ଏକ ନିଖୋଜ ଅଭିଯୋଗ ଦାଖଲ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ମାନେ ନାବାଳିକାକୁ ରଖିଥିବା ସ୍ଥାନ ସମ୍ପର୍କରେ ଜାଣିବାରେ ସକ୍ଷମ ହୋଇଥିଲା ପୋଲିସ। ପରେ ପୋଲିସ ସେହି ସ୍ଥାନରେ ଚଢ଼ାଉ କରି ଝିଅଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ପୋକସୋ ଆକ୍ଟ ଅନୁଯାୟୀ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.