Latest Odisha News

ପାରୋଲରେ ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍ !

କଟକ: ଚୌଦ୍ୱାର ଜେଲରେ ଥିବା ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର୍ ରେହମାନ୍ ବୁଧବାର ଦିନ ପାରୋଲ୍‌ରେ କଟକ ଜଗତପୁର ପଶ୍ଚିମକଚ୍ଛସ୍ଥିତ ନିଜ ଗାଁ’କୁ ଆସିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଜ ମାଆଙ୍କ ଶ୍ରାଦ୍ଧକାର୍ଯ୍ୟ ଲାଗି ଦିଲ୍ଲୀ ଅଦାଲତ ମାତ୍ର ୪ ଘଣ୍ଟା ପାରୋଲ୍ ଲାଗି ଅନୁମତି ପ୍ରଦାନ କରିଥିଲେ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିଜର ପୈତୃକ ବାସଭବନରେ ରେହମାନକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇ ପୋଲିସ ଉପସ୍ଥିତିରେ ଶ୍ରାଦ୍ଧକାର୍ଯ୍ୟ ସରିବା ପରେ ରେହମାନକୁ ଅଦାଲତରେ ହାଜର କରାଯାଇଥିଲା । ପରେ ଚୌଦ୍ୱାର ଜେଲକୁ ନେଇଯାଇଥିଲେ ପୋଲିସ ।

ଏଠାରେ ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହିତ ଲିଙ୍କ୍ ରହିଥିବା ଅଭିଯୋଗରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନକୁ ପୋଲିସ ୨୦୧୫ ଡିସେମ୍ବରରେ ଗିରଫ କରିଥିଲା । ଦିଲ୍ଲୀ ପୋଲିସ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ରେହମାନର ଗାଁ’ରୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା ।

Leave A Reply

Your email address will not be published.