ପଶ୍ଚିମବଙ୍ଗରେ କରୋନା କାୟା ବିସ୍ତାର କରୁଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ କରୋନା ଚେନ୍ ଭାଙ୍ଗିବା ପାଇଁ ପୁଣି ଥରେ ଲକଡାଉନ୍ ଅବଧିକୁ ମାସେ ବଢ଼ାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଜୁଲାଇ ୩୧ ଯାଏ ରାଜ୍ୟରେ ତାଲାବନ୍ଦ ଅବଧି ବୃଦ୍ଧି ହୋଇଛି ।
ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା ପରେ ଅବଧି ବଢାଇଛନ୍ତି ମମତା ବାନାର୍ଜୀ । ସର୍ବଦଳୀୟ ବୈଠକ ପରେ ମମତା କହିଥିଲେ, ସବୁ ଦଳର ନେତା ଭିନ୍ନ ଭିନ୍ନ ମତ ରଖିଥିଲେ। କିନ୍ତୁ ଶେଷରେ ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା । ତେବେ କଟକଣାରେ କିଛିଟା କୋହଳ କରାଯିବ ।
ପଶ୍ଚିମବଙ୍ଗରେ ଜୁନ୍ ୩୦ ତାରିଖରେ ଲକଡାଉନ୍ ଅବଧି ଶେଷ ହେଉଥିଲା । ବର୍ତ୍ତମାନ ରାଜ୍ୟରେ ୧୪ ହଜାର ୭୨୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪ ହଜାର ୯୩୦। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯ ହଜାର ୨୧୮ । ୫୮୦ ଲୋକଙ୍କ ଜୀବନ ନେଇଛି କରୋନା।
BREAKING NEWS
- ରାଜ୍ୟ ପାଇଁ ଗର୍ବର ବିଷୟ: ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରି ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଲା ଭୁବନେଶ୍ୱର ବିମାନବନ୍ଦର
- କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା
- ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର
- Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
- Fertilizer Black-Marketing:ସାର କଳାବଜାର; ୯୬ ଡିଲରଙ୍କ ଲାଇସେନ୍ସ ବାତିଲ,୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
- କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !
- କୋଲ୍ଡ ଡ୍ରିଙ୍କସ୍ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ
- ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?
- ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?
- ରିଲାଏନ୍ସର ନୂଆ ଧମାକା: ଲଞ୍ଚ ହେଲା JioPC କ୍ଲାଉଡ୍ ପ୍ଲାନ୍, ପୁରୁଣା କମ୍ପ୍ୟୁଟର ପାଲଟିବ ସୁପରକମ୍ପ୍ୟୁଟର

Comments are closed.