Latest Odisha News

BREAKING NEWS

ଜାପାନରେ ଶିଂଜୋ ଆବେଙ୍କ ପାର୍ଟି ଜିତିଲା ନିର୍ବାଚନ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ଲିବରେଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ଆଜି ନିର୍ବାଚନରେ ବିଜୟ ହାସଲ କରିଛି । ୨ ଦିନ ତଳେ ଶିଂଜୋଙ୍କୁ ହତ୍ୟା କରାଯାଇଥିଲା । ଏହି ବିଜୟ ଏଲଡିପି କର୍ମୀଙ୍କୁ ଉତ୍ସାହିତ କରିଛି । ସେମାନେ ଏହାର ସମସ୍ତ ଶ୍ରେୟ ଜାପାନବାଦୀ ଓ ଶିଂଜୋ ଆବେଙ୍କୁ ଦେଇଛନ୍ତି । ଏଲଡିପିର କୋମିଟୋ ଗଠବନ୍ଧନ ୭୬ ସିଟ ଜିତି ସରକାର ବଂଚାଇବାରେ ସଫଳ ହୋଇଛନ୍ତି । ମୋଟ ୨୪୮ ସିଟରୁ ଏବେ ଏଲଡିପି ନିକଟରେ ୧୪୬ ସିଟ ରହିଛି । ବିରୋଧୀ ଡେମୋକ୍ରାଟିକ ପାର୍ଟି ୨୦କୁ ଖସି ଆସିଛି । ୨୦୧୩ ପରଠାରୁ ଏହା ଏଲଡିପିର ଶ୍ରେଷ୍ଠ ପ୍ରଦର୍ଶନ ।

ବିଜୟ ହାସଲ କରିବା ପରେ ଆବେଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିନ୍ଦା କିଛି ସମୟ ପାଇଁ ମୌନ ରହିଥିଲେ । ଏବେ ୩ ବର୍ଷ ପାଇଁ କିଶିନ୍ଦାଙ୍କୁ ନିର୍ବାଚନର ଆବଶ୍ୟକତା ନାହିଁ । କରୋନା ମହାମାରୀ ଓ ୟୁକ୍ରେନ ଯୁଦ୍ଧ ପରେ ଦେଶରେ ସୃଷ୍ଟି ହୋଇଥିବା ଆର୍ଥୀକ ମନ୍ଦାବସ୍ଥା ସବୁଠାରୁ ବଡ ଚ୍ୟାଲେଂଜ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.