Latest Odisha News

ଜାମିନ ଆବେଦନ କଲେ ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ହାଇକୋର୍ଟ ଗଲେ ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ। ଜାମିନ ପାଇଁ ଆଜି  ସେ ଆବେଦନ କରିଛନ୍ତି। ପୂୂର୍ବରୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭୟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଗତ ନଭେମ୍ବର ୨୭ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ସେପଟେ ଜାମିନ ପାଇଁ ଆବେଦନ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଆସନ୍ତା ସୋମବାର ପ୍ରଦୀପଙ୍କ ଆବେଦନର ଶୁଣାଣି ରହିଛି। ଗତକାଲି ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

Comments are closed.