Latest Odisha News

BREAKING NEWS

ଆକାଶ ପାଠକଙ୍କ ଆକାଉଣ୍ଟରୁ ପୁଣି ୧କୋଟି ୪୭ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର: ତଦନ୍ତ ଯେତିକି ଆଗଉଛି, ଖୋଲୁଛି ଆକାଶ ପାଠକଙ୍କ ଗୋଟିଏ ପରେ ଗୋଟିଏ ଗୁମର। ପୁଣି ତାଙ୍କ ଆକାଉଣ୍ଟରୁ ଠାବ ହୋଇଛି ୧କୋଟି ୪୭ ଲକ୍ଷ ଟଙ୍କା ବ୍ୟାଙ୍କ ଜମା । ଭୁବନେଶ୍ୱର ଓ ପୁନେର ତିନିଟି ବ୍ଯାଙ୍କ ଆକାଉଣ୍ଟର ଖୋଳତାଡ ବେଳେ ଏହି ତଥ୍ୟ ସାମନାକୁ ଆସିଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହେଲାଣି। ସେହିପରି ପାଠକ ବାପା-ପୁଅଙ୍କ ଦସ୍ତଖତ ଯାଞ୍ଚ କରିଛି ଭିଜିଲାନ୍ସ। ସିସିଟିଭି ଫୁଟେଜ ଓ ଜବତ କାଗଜପତ୍ରକୁ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍। ଆସନ୍ତାକାଲି ସରୁଛି ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି ।

Leave A Reply

Your email address will not be published.