Latest Odisha News

BREAKING NEWS

ବନ୍ଧା ହେଲେ କୋଟିପତି ଆଇଏଫଏସ୍ ଅଫିସର ଅଭୟକାନ୍ତ ଓ ପୁଅ ଆକାଶ

ଭୁବନେଶ୍ୱର : ଗିରଫ ହେଲେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ । ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ସେମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ଗିରଫ ହୋଇଥିବା ବେଳେ ଆକାଶ ବାପାଙ୍କ ପଇସାରେ ବିଳାସମଯ ଜୀବନଯାପନ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ତାଙ୍କୁ ରିମାଣ୍ଡରେ ନେବାଲାଗି ଆବେଦନ କରାଯାଇଛି।

ଏଥିସହ ତାଙ୍କ ପୁତୁରା ଓ ଡ୍ରାଇଭରଙ୍କୁ ଅଧିକ ପଚରାଉଚରା ଲାଗି ଅଟକ ରଖାଯାଇଛି । ଗତ ତିନିଦିନ ହେଲା ଅଭୟକାନ୍ତଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍ ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରି ସଂପତ୍ତି ଯାଞ୍ଚ କରିଥିଲା । ଏହି ସମୟରେ ମିଳିଥିବା ସମ୍ପତ୍ତି ତାଲିକା, ଘର ଓ ଦାମୀ ଗାଡିର ସଂଖ୍ୟା ସମସ୍ତଙ୍କୁ ତାଜୁବ୍ କରିଥିଲା ।

ଗିରଫ ବେଳେ ଅଭୟ ପାଠକ ପ୍ରତିକ୍ରିୟା ରଖିଛନ୍ତି ଯେ, କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି । ଟଙ୍କା ହଡ଼ପ କରି ନ ଥିବା ସେ କହିଛନ୍ତି । ସେହିପରି ପୁଅ ଆକାଶ କହିଛନ୍ତି, ‘ଷଡ଼ଯନ୍ତ୍ର କରି ଆମକୁ ଫଶାଇ ଦିଆଯାଇଛି ।’

Leave A Reply

Your email address will not be published.