Latest Odisha News

BREAKING NEWS

ଭାରି ପଡ଼ିଲା କଙ୍ଗାରୁ ଟିମ୍, ପ୍ରଥମ ଦିନିକିଆରେ ୬୬ ରନରେ ହାରିଲା ଭାରତ

ସିଡନୀ: ବିରାଟ ବାହିନୀ ଉପରେ ଭାରି ପଡ଼ିଲା କଙ୍ଗାରୁ ଟିମ୍ । ପ୍ରଥମ ଦିନିକିଆରେ ହାରିଲା ଭାରତ । ଅଷ୍ଟ୍ରେଲିଆଠାରୁ ଟିମ୍ ଇଣ୍ଡିଆ ୬୬ ରନରେ ପରାସ୍ତ । ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଦଳ ସବୁ ବିଭାଗରେ ଦମଦାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଅରୋନ ଫିଞ୍ଚଙ୍କ ୧୧୪ ରନ୍ ଓ ଷ୍ଟିଭ୍ ସ୍ମଥଙ୍କ ୧୦୫ ରନର ଶତକ ବଳରେ ଦଳ ନିର୍ଦ୍ଧାରିତ ଓଭରରେ କରିଥିଲା ୩୭୪ ରନ୍ । ଏହାର ଜବାବରେ ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ହାର୍ଦ୍ଦିକ୍ ପାଣ୍ଡ୍ୟା ୯୦ ଓ ଶିଖର ଧାୱନ ୭୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।

ଫେଭରିଟ୍ ଓପନର ରୋହିତ ଶର୍ମାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଶିଖର ଧାୱନଙ୍କ ସହ ମୟଙ୍କ ଅଗ୍ରୱାଲ ଓପନିଂ କରିଥିଲେ । ଦୁଇ ଓପନର ଭଲ ଆରମ୍ଭ କରିଥିଲେ ମଧ୍ୟ ମୟଙ୍କ ୧୮ ବଲରୁ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଅଧିନାୟକ ବିରାଟ କୋହଲୀ ମାତ୍ର ୨୧ ରନ୍ କରି ଆଉଟ୍ ହୋଇଥିଲେ । ୧୦୧ ରନ୍ ବେଳକୁ ୪ଟି ୱିକେଟ୍ ହରାଇ ସାରିଥିଲା ଭାରତ । ପରେ ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟା ପାଳି ସମ୍ଭାଳିଥିଲେ । ଏହି ଯୋଡି ୧୨୮ ରନ୍ ଯୋଡିଥିଲେ । ବଡ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିବା ପାଣ୍ଡ୍ୟା ୭୬ ବଲରୁ ୭ଟି ଚୌକା ଓ ୪ଟି ଛକ୍କା ବଳରେ ୯୦ ରନ୍ କରିଥିଲେ ।

ଫିଞ୍ଚ ଓ ସ୍ମିଥଙ୍କ ପରେ ଅଷ୍ଟ୍ରେଲିଆ ପକ୍ଷରୁ ଜମ୍ପା କମାଲ ଦେଖାଇଥିଲେ । ଅଷ୍ଟ୍ରେଲିଆ ପାଇଁ ଜମ୍ପା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ସେହିପରି ହୋଲଡର ୩ଟି ୱିକେଟ୍ ନେଇଛନ୍ତି । ଏହି ବିଜୟ ସହ ଅଷ୍ଟ୍ରେଲିଆ ୧-୦ରେ ସିରିଜ୍ ଆଗୁଆ ରହିଛି । ଦ୍ବିତୟ ଦିନିକିଆ ୨୯ ତାରିଖ ଦିନ ସିଡନୀରେ ଖେଳାଯିବ ।

Leave A Reply

Your email address will not be published.