Latest Odisha News

BREAKING NEWS

‘ଅଭି ପିକଚର୍ ବାକି ହେ’; ପାକ୍ ଉପରେ ଭାରତର ଆକ୍ସନକୁ  ନେଇ କାହିଁକି ଏଭଳି କହିଲେ ପୂର୍ବତନ ସେନା ମୁଖ୍ୟ 

ନୂଆଦିଲ୍ଲୀ: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ  ମଧ୍ୟରାତ୍ରରେ ଏକ ଏୟାର ଷ୍ଟ୍ରାଇକ ଦିଆଯାଇଛି। ଯେଉଁଥିରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା।

‘ଅପରେସନ୍ ସିନ୍ଦୂର’ ମିଶନ ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯାହା ପରେ ପୂର୍ବତନ ଭାରତୀୟ ସେନା ମୁଖ୍ୟ ମନୋଜ ନରଭାଣେଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ସେ ଏକ୍ସରେ ଲେଖିଛନ୍ତି, ‘ଅଭି ପିକଚର୍ ବାକି ହେ’।

ମନୋଜ ନରଭାଣେଙ୍କ ଏହି ଟ୍ୱିଟ୍ ପରେ ଅନେକ କଳ୍ପନାଜଳ୍ପନା କରାଯାଉଛି। କିଛି ଲୋକଙ୍କ ମତରେ ସେନା ଏବେ ଆହୁରି କଠୋର ପଦକ୍ଷେପ ନେଇପାରେ। ସେହିପରି କିଛି ଲୋକ ପାକିସ୍ତାନକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଅନୁମାନ କରାଯାଉଛି ଯେ ପାକିସ୍ତାନ ଉପରେ ଆହୁରି ବଡ଼ ଆକ୍ସନ ନେଇପାରେ ଭାରତ।

ରିପୋର୍ଟ ଅନୁସାରେ, ଭାରତୀୟ ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଭାରତୀୟ ସଶସ୍ତ୍ର ବାହିନୀର ଏହି ଅପରେସନ ଉପରେ ନଜର ରଖିଥିଲେ । ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀଙ୍କ ପ୍ରତିଶୋଧ ନେଇଛି ଭାରତୀୟ ସେନା ।

 

Comments are closed.