Latest Odisha News

BREAKING NEWS

କିଏ କହିଲେ ସଲମାନ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି

ମୁମ୍ବାଇ: ସଲମାନ ଖାଁ ବଲିଉଡର ସୁପରଷ୍ଟାର ହୋଇପାରନ୍ତି ସତ, ମାତ୍ର ସେ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଅଭିଜିତ ୧୦୦୦ ଫିଲ୍ମରେ ୬୦୩୪ ଗୀତ ଗାଇଛନ୍ତ । ସେ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ସଲମାନ ପାଇଁ ମଧ୍ୟ ହିଟ ଗୀତ ଦେଇଛନ୍ତି । କିଛି ଦିନ ତଳେ ଶାହାରୁଖଙ୍କ ବିପକ୍ଷରେ କହିବା ପରେ ଏବେ ସଲମାନଙ୍କୁ ଟାର୍ଗେଟ କରିଛନ୍ତି । ସଲମାନଙ୍କ ଭାଗ୍ୟ ଭଲ ବୋଲି ସେ ଏତେ ବାଟ ଆସି ପାରିଛନ୍ତି । ସେ ନିଜକୁ ଭଗବାନ ଭାବିବା ଠିକ ନୁହେଁ ବୋଲି ଅଭିଜିତ କହିଛନ୍ତି । ମୁଁ କେବେ ବି ତାଙ୍କ ସପକ୍ଷରେ କୌଣସି ଟୁଇଟ କରିନି । ସେ ସର୍ବଦା ପାକିସ୍ତାନ କଳାକାରଙ୍କୁ ସମର୍ଥନ କରି ଆସିଛନ୍ତି । ପାକିସ୍ତାନର ଆନୁଗତ୍ୟ ହେବା ପାଇଁ ଆମର ଭଲ କଳାକାରଙ୍କ କ୍ୟାରିୟରକୁ ନଷ୍ଟ କରିବାକୁ ସେ ପଛାଇ ନାହାନ୍ତି । ଅବଶ୍ୟ ସେ କେଉଁ ପାକିସ୍ତାନ କଳାକାରଙ୍କୁ ବଲିଉଡରେ ସୁଯୋଗ ଦେଇଛନ୍ତି ତାହା ଖୋଲାଖୋଲି ଭାବେ କହି ନାହାନ୍ତି ।

ଅରଜିତ ସିଂଙ୍କ ଘଟଣାରେ କହିଥିଲେ, ତାଙ୍କ ପରି ଗାୟକ ବଦଳରେ ରାହତ ଫତେହ ଅଲୀ ଖାଁଙ୍କୁ ନେବା ନିଶ୍ଚିତ ଭାବେ କ୍ଷୋଭର କଥା । ଅରଜିତ ଦେଶର ସବୁଠାରୁ ଲୋକପ୍ରିୟ ଓ ବଡ ଗାଚ । ସେ ସଲମାନଙ୍କ ପାଖରେ ମୁଣ୍ଡ ନୂଆଁଇବା ଆବଶ୍ୟକ ନୁହେଁ ବୋଲି ଅଭିଜିତ କହିଛନ୍ତି । ଅଭିିଜିତଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି ।

Comments are closed.