ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୟୁରୋପୀୟ ଟି-20 ପ୍ରିମିୟର ଲିଗ୍ (ଇଟିପିଏଲ୍)ରେ ଟଙ୍କା ନିବେଶ କରିଛନ୍ତି। ସେ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଏହି ଲିଗର ସହ-ମାଲିକ ହେବାକୁ ଯାଉଛନ୍ତି।
ଇଟିପିଏଲ୍ ହେଉଛି ଏଭଳି ଏକ ଟୁର୍ନାମେଣ୍ଟ ଯାହା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ଅନୁମୋଦିତ ହୋଇଛି। ଏଥିରେ ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ସମେତ ବିଶ୍ବର ବିଭିନ୍ନ ସ୍ଥାନରୁ ଶ୍ରେଷ୍ଠ ଖେଳାଳିମାନେ ଦେଖିବାକୁ ମିଳିବ। ତେବେ ଏହି ଲିଗ୍ ଜୁଲାଇ ୧୫ରୁ ଆରମ୍ଭ ହୋଇ ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବ।
ୟୁରୋପୀୟ ଟି-20 ପ୍ରିମିୟର ଲିଗରେ ମୋଟ ୬ଟି ଟିମ୍ ଅଂଶଗ୍ରହଣ କରିବେ। ଏହି ଦଳ ଡବଲିନ୍, ବେଲଫାଷ୍ଟ, ଆମଷ୍ଟରଡେମ୍, ରୋଟରଡେମ୍, ଗ୍ଲାସଗୋ ଏବଂ ଏଡିନବର୍ଗ ସହରଗୁଡ଼ିକୁ ପ୍ରତିନିଧିତ୍ୱ କରିବେ।
ଅପରପକ୍ଷରେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୂକ୍ତ ହେବାକୁ ଥିବା ବେଳେ ଏହି ଲିଗର ଲୋକପ୍ରିୟତା ବୃଦ୍ଧିରେ ଆହୁରି ସହାୟକ ହେବ।