Latest Odisha News

BREAKING NEWS

ଏପ୍ରିଲ ୮ରେ ମୁକ୍ତିଲାଭ କରିବ ଅଭିଷେକ ବଚ୍ଚନଙ୍କ ‘ବିଗ୍‌ ବୁଲ୍‌’

ନୂଆଦିଲ୍ଲୀ: ଅଭିନେତା ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବିଗ୍ ବୁଲ୍‌’ ଏପ୍ରିଲ୍ ୮ ରେ ଡିସ୍ନି ହଟଷ୍ଟାରରେ ମୁକ୍ତିଲାଭ କରିବ। ୧୯୮୦ ରୁ ୧୯୯୦ ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ହର୍ଷଦ ମେହେଟ୍ଟାଙ୍କ ଷ୍ଟକ୍ ମାର୍କେଟ ସ୍କାମ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅଭିଷେକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅଜୟ ଦେବଗନ୍ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

ଅଭିଷେକ ବଚ୍ଚନ ଆଜି ଫିଲ୍ମର ଟିଜର ସେୟାର କରିଛନ୍ତି। ଟିଜରରେ ହେମନ୍ତ ଶାହାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ୧୯୮୭ ମସିହାରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।।

ଭିଡିଓ ସେୟାର କରି ଅଭିଷେକ ବଚ୍ଚନ ଲେଖିଛନ୍ତି, “୧୯ ମାର୍ଚ୍ଚରେ ଏହାର ଟ୍ରେଲର ଆସିବ # ବିଗବୁଲ୍ ୮ ଏପ୍ରିଲରେ ଡିସ୍ନି ହଟ୍‌ଷ୍ଟାର୍‌ରେ ରିଲିଜ୍ ହେବ।

Leave A Reply

Your email address will not be published.