Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ଓଡ଼ିଶା ସମେତ ୧୬ଟି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଶୂନ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିଛି ଦୈନିକ କରୋନା କେସ୍ । ମୃତ୍ୟୁସଂଖ୍ୟା ବି ବଢ଼ିଛି । କିନ୍ତୁ ନିର୍ଦ୍ଦିଷ୍ଟ କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟାରେ ଓଡ଼ିଶା ସମେତ ୧୬ଟି ରାଜ୍ୟରେ କେହି ଆକ୍ରାନ୍ତ ମୃତ୍ୟୁବରଣ କରି ନାହାନ୍ତି । ଏସବୁ ରାଜ୍ୟ ହେଲା ଓଡ଼ିଶା, ରାଜସ୍ଥାନ, ଚଣ୍ଡିଗଡ଼, ଜମ୍ମୁ କଶ୍ମୀର, ଝାଡ଼ଖଣ୍ଡ, ଅରୁଣାଚଳପ୍ରଦେଶ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମିଜୋରାମ୍, ମେଘାଳୟ, ସିକିମ୍, ଲଦାଖ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ।

ଗତ ୨୪ ଘଣ୍ଟାରେ ଦେଶରେ କରୋନା ନେଇଛି ୧୩୧ ଜୀବନ । ଏଥିରୁ ୭ଟି ରାଜ୍ୟରେ ମୃତକଙ୍କ ସଂଖ୍ୟା ସର୍ବାଧିକ ରହଛି । ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ଼, ତାମିଲନାଡୁ, ହିମାଚଳପ୍ରଦେଶ । ୨୪ ଘଣ୍ଟାରେ ମୋଟ୍ ମୃତ୍ୟୁସଂଖ୍ୟାର କେବଳ ୮୨ ପ୍ରତିଶତ ଏହି ସାତଟି ରାଜ୍ୟରୁ ଅଛନ୍ତି । ଦେଶରେ ମୃତ୍ୟୁହାର ରହିଛି ୧.୩୯%।

Leave A Reply

Your email address will not be published.