ମୁମ୍ବାଇ: ଆଇପିଏଲ ୨୦୨୬ ଠିକ ପୂର୍ବରୁ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ନେଇ ଚର୍ଚ୍ଚା ପୂନର୍ବାର ଜୋର ଧରିଛି । ନିକଟରେ କୋଲକାତା ନାଇଟ ରାଇଡର୍ସ ରୋହିତଙ୍କ ବନ୍ଧୁ ଅଭିଷେକ ନାୟାରଙ୍କୁ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ରୋହିତ ଓ ନାୟାରଙ୍କ ଭଲ ସମ୍ପର୍କ ରହିଥିବାରୁ ହିଟମ୍ୟାନ କେକେଆରକୁ ଯାଇ ପାରନ୍ତି ବୋଲି ମଧ୍ୟ ଆଲୋଚନା ଜୋର ଧରିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜରେ ରୋହିତ ଜବରଦସ୍ତ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ୨ଟି ସିଜନ ହେବ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି ।
ଅଧିନାୟକ ପଦରୁ ମୁମ୍ବାଇ ରୋହିତଙ୍କୁ ହଟେଇବା ପରେ ପ୍ରଶଂସକ ଏବଂ ହିଟମ୍ୟାନ ଅସନ୍ତୋଷ ଥିଲେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ମୁମ୍ବାଇ କିନ୍ତୁ ରୋହିତଙ୍କୁ ଛାଡିବାକୁ ଚାହୁଁନି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଆଇପିଏଲ ଟାଇଟଲ ଜିତିଛି । ସେ ୨୭୨ ମ୍ୟାଚରେ ୭୦୪୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଶତକ ଓ ୪୭ ଅର୍ଦ୍ଧଶତକ ରହିଛି । ଆଇପିଏଲରେ ରୋହିତ ୩୦୨ ଛକା ଓ ୬୪୦ ଚୌକା ମାରିଛନ୍ତି । ରୋହିତ ଅଧିନାୟକ ପଦରୁ ହଟିବା ପରେ ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏ ଭଳି ପରିସ୍ଥିତିରେ ମୁମ୍ବାଇ କୌଣସି ପ୍ରକାରରେ ରୋହିତଙ୍କୁ ଛାଡିବାକୁ ଚାହିଁବନି ।
Comments are closed.