Latest Odisha News

ଟି୨୦ ବିଶ୍ୱକପରେ ଅଭିଷେକଙ୍କ ଅଲୋଡା ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଏକ ଅଲୋଡା ବିଶ୍ୱରେକର୍ଡ କରିଛନ୍ତି । ସେ ଚଳିତ ବିଶ୍ୱକପରେ କ୍ରମାଗତ ତୃତୀୟ ଥର ପାଇଁ ଶୂନରେ ଆଉଟ ହୋଇଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଏହି ଅଲୋଡା ରେକର୍ଡ କରିଛନ୍ତି । ସେ ଆମେରିକା ପରେ ପାକିସ୍ତାନ ଏବଂ ନେଦରଲାଣ୍ଡ ବିପକ୍ଷରେ ମଧ୍ୟ ଖାତା ଖୋଲି ପାରି ନାହାନ୍ତି । ସେ ସର୍ବଦା ବଡ ଶଟ ଖେଳିବାକୁ ଯାଇ ଆଉଟ ହୋଇଛନ୍ତି । ସିଙ୍ଗଲ ନେବା ପାଇଁ ଚେଷ୍ଟା ନ କରିବା ତାଙ୍କୁ ଅସୁବିଧାରେ ପକାଉଛି । ଏହା ପୂର୍ବରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ୨ ଥର ଶୂନରେ ଆଉଟ ହୋଇଥିଲେ ।

ବିଶ୍ୱର ଏକ ନମ୍ବର ଖେଳାଳି ହେବା ସତ୍ୱେ ସେ ୭ଟି ମ୍ୟାଚରୁ ୫ ଥର ଶୂନରେ ଆଉଟ ହୋଇଛନ୍ତି । ସେ ଓଭରାଲ ୩୮ ଆନ୍ତର୍ଜାତୀୟ ଟି୨୦ ମ୍ୟାଚରେ ୬ ଥର ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ସେ କେଏଲ ରାହୁଲଙ୍କୁ ପଛରେ ପକାଇ ଦେଇଛନ୍ତି । ରାହୁଲ ୫୪ ଇନିଂସରେ ୫ ଥର ଶୂନରେ ଆଉଟ ହୋଇଥିଲେ । ଏହି ମାମଲାରେ ରୋହିତ ଶର୍ମା ଶୀର୍ଷରେ ରହିଛନ୍ତି । ସେ ୧୨୪ ଇନିଂସରେ ୧୦ ଥର ଶୂନରେ ଆଉଟ ହୋଇଛନ୍ତି ।

Leave A Reply

Your email address will not be published.