Latest Odisha News

BREAKING NEWS

ଅଭିଷେକ, ଶୁଭମନଙ୍କ ଉପରେ ରାଗିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟି୨୦ କ୍ରିକେଟ ମ୍ୟାଚ ନଭେମ୍ବର ୬ରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଓ ଶୁଭମନ ଗିଲ ଗୋଲ୍ଡ କୋଷ୍ଟ ସମୂଦ୍ର କୂଳରେ ମଜା କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ଉଭୟ ଖାଲି ଦେହରେ ରହିଥିଲେ । ଏହା ଦେଖି ତାଙ୍କ ଗୁରୁ ଯୁବରାଜ ସିଂ ରାଗି ଯାଇଥିଲେ । ସେ ସେମାନଙ୍କ ପୋଷ୍ଟରେ ଲେଖିଛନ୍ତି ତୁମ ପାଇଁ ଜୋତା ରେଡୀ କରି ରଖିଛି । ଅବଶ୍ୟ ଏହା ଗମ୍ଭୀର ହୋଇ ସେ ଲେଖି ନ ଥିଲେ ।

ଯୁବରାଜ ତାଙ୍କ ଚିରାଚରିତ ଶୈଳୀରେ ମଜା ନେବା ପାଇଁ ଏହା ଲେଖିଥିବା ଜଣାପଡିଛି । ଶୁଭମନ ଓ ଅଭିଷେକ ୧୩ ବର୍ଷ ବୟସରୁ ଏକତ୍ର ଖେଳି ଆସୁଛନ୍ତି । ଉଭୟ ମଧ୍ୟ ଆନ୍ତର୍ଜାତୀୟସ୍ତରରେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏ ପର୍ଯ୍ୟନ୍ତ ଅଭିଷେକ ଗୋଟିଏ ଅର୍ଦ୍ଧଶତକ ମାରିଥିବା ବେଳେ ଗିଲଙ୍କ ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ । ଭାରତ ୪ର୍ଥ ଟି୨୦ ଜିିତି ଘରୋଇ ଦଳକୁ ଚାପରେ ରଖିବାକୁ ଚାହିଁବ । ଯୁବରାଜ ମଧ୍ୟ ଏହି ଆଶାରେ ରହିଛନ୍ତି ।

Comments are closed.