Latest Odisha News

ରକ୍ତରେ ଶିବଲିଙ୍ଗର ଅଭିଷେକ କଲେ ଯୁବକ

ଉଜୈନ: ମଧ୍ଯପ୍ରଦେଶ ଉଜୈନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭକ୍ତ ଭଗବାନ ଶିବଙ୍କୁ ନିଜ ରକ୍ତରେ ଅଭିଷେକ କରିଛନ୍ତି। ଏହି ଅଭିଷେକ ବେଳେ ୨୧ ଜଣ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ଜପ କରାଯାଇଥିଲା।

ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଉଜୈନର ବାସିନ୍ଦା ରୌନକ ଗୁରୁଜାର ନାମକ ଏହି ବ୍ୟକ୍ତି ଜଣକ ବିଲକେଶ୍ୱର ମହାଦେବ ମନ୍ଦିରରେ ଶିବଲିଙ୍ଗ ଉପରେ ନିଜ ରକ୍ତ ଚଢାଉଥିବା ଦେଖିବାକୁ ମିଳିଛି। ୨୧ ଜଣ ପଣ୍ଡିତଙ୍କ ଉପସ୍ଥିତିରେ ତାଙ୍କ ହାତରେ ଛୁଞ୍ଚି ଫୁଟାଇ ରକ୍ତ ବାହାର କରାଯାଉଛି ଏବଂ ପରେ ଶିବଲିଙ୍ଗକୁ ସେହି ରକ୍ତରେ ଅଭିଷିକ୍ତ କରାଯାଇଥିଲା।

ତେବେ ଏନେଇ ରୌନକ କହିଛନ୍ତି ଯେ ରାବଣ ମଧ୍ୟ ତାଙ୍କ ମୁଣ୍ଡ କାଟି ଭଗବାନ ଶିବଙ୍କୁ ଅର୍ପଣ କରିଥିଲେ।

ଅପରପକ୍ଷେ ଘଟଣା ସମ୍ପର୍କରେ ଜାଣିବା ପରେ ନିନ୍ଦା କରିଛନ୍ତି ମହାକାଳ ମନ୍ଦିରର ପୁରୋହିତ ଲୋକେନ୍ଦ୍ର ବ୍ୟାସ। ସେ କହିଛନ୍ତି ଯେ ବୈଦିକ ପରମ୍ପରା ଅନୁଯାୟୀ ଭଗବାନ ଶିବଙ୍କ ଅଭିଷେକ କେବଳ କ୍ଷୀର, ଦହି, ଘିଅ ଭଳି ସାତ୍ତ୍ୱିକ ଜିନିଷ ଦ୍ୱାରା କରାଯାଇଥାଏ। ରକ୍ତ ଭଳି ଏକ ଜିନିଷ ହେଉଛି ତାମସିକ, ତେଣୁ ଏଥିରେ ଅଭିଷେକ କରିବା ଭୁଲ୍।

 

Comments are closed.