Latest Odisha News

ଅଭୁଲା ୨୦୨୩: ଡିଗିକୁ ନୂତନ ଜିଲ୍ଲା କରିଥିଲେ ଅଶୋକ ଗେହେଲୋଟ୍, ତଥାପି ମିଳିଲାନି ଜନତାଙ୍କ ସାଥ୍

ରାଜସ୍ଥାନ: ଅଗଷ୍ଟ ୨୦୨୩ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିଲା ଏବଂ ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ସେ ରାଜ୍ୟର ୧୯ ଟି ନୂତନ ଜିଲ୍ଲା ଘୋଷଣା କରିଥିଲେ। ସେହିପରି ଡିଗିକୁ ମଧ୍ୟ ଭରତପୁରରୁ ଅଲଗା କରାଯାଇ ଏକ ନୂତନ ଜିଲ୍ଲା କରାଯାଇଥିଲା । ଡିଗିକୁ ଜିଲ୍ଲାର ମାନ୍ୟତା ଦେବାକୁ ଅନେକ ଦିନ ଧରି ଲୋକେ ଦାବୀ କରିଆସୁଥିଲେ । ତେଣୁ ଅଶୋକ ଗେହଲୋଟ୍ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ରଣନୀତିର ଅଂଶ ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ଏହି ଦାବୀକୁ ପୂରଣ କରି ଡିଗିକୁ ଜିଲ୍ଲାର ମାନ୍ୟତା ଦେଇଥିଲେ । କଂଗ୍ରେସର ଏହି ପଦକ୍ଷେପ ନିର୍ବାଚନରେ ​​ଦଳକୁ ଅନେକ ଲାଭ ଦେବ ବୋଲି ଆଶା କରାଯାଉଥିଲା । କିନ୍ତୁ ସବୁ ଆଶା କେବଳ ଆଶାରେ ହିଁ ରହିଯାଇଥିଲା ।

ବିଧାନସଭା ନିର୍ବାଚନରେ ​​କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ରାଜ ପରିବାର ସଦସ୍ୟ ବିଶ୍ୱେନ୍ଦ୍ର ସିଂ ହାରିଯାଇଥିଲେ। ୨୦୧୩ ଏବଂ ୨୦୧୮ର ବିଧାନସଭା ନିର୍ବାଚନରେ ​​ବିଶ୍ୱନ୍ଦ୍ର ସିଂ କ୍ରମାଗତ ଭାବରେ ବିଜୟ ହାସଲ କରିଥିଲେ । ଡିଗିକୁ ଏକ ନୂତନ ଜିଲ୍ଲା ଭାବେ ପରିଣତ କରିବାରେ କ୍ୟାବିନେଟ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ମାତ୍ର ଏଠାର ଭୋଟରମାନେ ତାଙ୍କୁ ଭୋଟ୍ ନଦେଇ ବିଜେପି ପ୍ରାର୍ଥୀ ଡ. ଶୌଲେଶ ସିଂଙ୍କୁ ଭୋଟ ଦେଇ ବିଜୟୀ କରିଥିଲେ। ଡିଗି ବିଧାନସବା ଆସନରୁ ସର୍ବଦା ରାଜ ପରିବାରର ସଦସ୍ୟଙ୍କ ବିଜୟ ହୋଇଛି । ୨୦୦୮ନିର୍ବାଚନରେ ​​ଡ. ଦିଗମ୍ବର ସିଂ ଜିତିଥିଲେ, କିନ୍ତୁ ୨୦୧୩ ଏବଂ ୨୦୧୮ ବିଧାନସଭା ନିର୍ବାଚନରେ ​​ରାଜ ପରିବାର ସଦସ୍ୟ ବିଶ୍ୱେନ୍ଦ୍ର ସିଂ ଜିତିଥିଲେ । ୨୦୧୮ରେ ଗଠିତ ରାଜସ୍ଥାନ କଂଗ୍ରେସ ସରକାରରେ ବିଶ୍ୱେନ୍ଦ୍ର ସିଂ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନରେ ​​ତାଙ୍କୁ ଡ. ଶୌଲେଶ ସିଂଙ୍କଠାରୁ ହାରିବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ

https://odishasambad.in/abhula-2023-the-year-2023-was-lucky-for-dharmendras-family/

ଡିଗିକୁ ଏକ ନୂତନ ଜିଲ୍ଲା ଭାବେ ପରିଣତ କରାଯାଇଛି କିନ୍ତୁ ଭରତପୁର ନିକଟରେ ଥିବା କୁମ୍ହେର ତହସିଲର କିଛି ଗ୍ରାମ ମଧ୍ୟ ଡିଗି ଜିଲ୍ଲାରେ ଅନ୍ତର୍ଭୁକ୍ତ କରାଯାଇଛି । ଯେବେଠାରୁ ଡିଗିକୁ ଏକ ନୂତନ ଜିଲ୍ଲା ଭାବରେ ଘୋଷଣା କରାଯାଇଛି ସେବେଠାରୁ ଅନେକ ଗ୍ରାମରେ ବିରୋଧ ଆରମ୍ଭ ହୋଇଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ, ଆମ ଗାଁ ଭରତପୁର ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୭-୮ କିଲୋମିଟର ଦୂରରେ। ତେଣୁ ଆମ ଗାଁକୁ କେବଳ ଭରତପୁର ଜିଲ୍ଲାରେ ରହିବାକୁ ଦିଆଯାଉ। କିନ୍ତୁ ଗ୍ରାମବାସୀଙ୍କ କଥା କେହି କର୍ଣ୍ଣପାତ କରିନଥିଲେ ଯାହାର ପରିଣାମ କଂଗ୍ରେସକୁ ଭୋଗିବାକୁ ପଡିଥିଲା । ବିଧାନସଭା ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀଙ୍କୁ ଡିଗି ଜିଲ୍ଲାର ତିନୋଟି ବିଧାନସଭା ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

 

Comments are closed.