Latest Odisha News

BREAKING NEWS

ବିଟିଂ ରିଟ୍ରିଟରୁ ହଟିଲା ଆବାଇଡ ୱିଥ ମି

ନୂଆଦିଲ୍ଲୀ: ଚଳିତ ବର୍ଷ ଧ୍ୱଜାବତରଣ ଉତ୍ସବରେ ବିଟିଂ ରିଟ୍ରିଟ ଆବାଇଡ ୱିଥ ମି ଆଉ ବାଜିବ ନାହିଁ । ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଧୂନ ମୃତୁ୍ୟ ବାର୍ଷିକର ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୨୯ରେ ବଜା ଯାଉଥିଲା । ୨୦୨୦ରେ ଏହାକୁ ବାଦ ଦିଆଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ୨୦୨୧ରେ ସାମିଲ କରାଯାଇଥିଲା । ଏବେ ଏହାକୁ ପୁନର୍ବାର ୨୦୨୨ରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ୧୯୫୦ଠାରୁ ଏହା କ୍ରମାଗତ ବଜା ଯାଇ ଆସୁଥିଲା । ଭାରତୀୟ ସେନା ପକ୍ଷରୁ ବିଟିଂ ରିଟ୍ରିଟ ଧୂନ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ଏହାକୁ ବାଦ ଦିଆଯାଇଛି ।

ସ୍କଟଲାଣ୍ଡର କବି ହେନେରୀ ଫ୍ରାଂସିସ ଏହାକୁ ୧୮୪୭ରେ ଲେଖିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ସୈନିକଙ୍କ ହାତରୁ ମୃତୁ୍ୟବରଣ କରିବା ପୂର୍ବରୁ ନର୍ସ ଇଡିଥ କେୱେଲ ଏହାକୁ ଗାଇଥିଲେ । ସେବେଠାରୁ ଏହା ଲୋକପ୍ରିୟ ହୋଇଥିଲା ।

Comments are closed, but trackbacks and pingbacks are open.