Latest Odisha News

BREAKING NEWS

[ଭିଡ଼ିଓ] ପାତାଳେଶ୍ୱର ମହାଦେବ ମନ୍ଦିର ପୂଜାରେ ଝାଡୁ ଅର୍ପଣ

ଉତ୍ତରପ୍ରଦେଶ: ନିତିଦିନଆ ଜୀବନରେ କିଛି ବିଶ୍ୱାସ ଆଉ କିଛି ଅବିଶ୍ୱାସ ଚାଲିଥାଏ। ଭିନ୍ନ ଧର୍ମ ଭିନ୍ନ ସଂସ୍କୃତି। ତା ସହିତ ପୂଜାର୍ଚ୍ଚନାରେ ବି ଥାଏ କିଛି ଅଲଗା ରୀତି।


ମଠ ମନ୍ଦିର ଗୁଡିକରେ ପୂଜା କରିବାର ଭିନ୍ନ ଭିନ୍ନ ନୀତି ମାନ ରହିଛି। ଏଇ ଯେମିତି କିଛି ମନ୍ଦିରରେ ଏମିତି କିଛି ପୂଜା ହୋଇଥାଏ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ପ୍ରାୟତ ଆମେ ପୂଜା ସ୍ଥାନକୁ ପରିଷ୍କାର ରଖିଥାଉ। ଏମିତକି ଝାଡୁ ରହିବାକୁ ଅଶୁଭ ବୋଲି ମନାଯାଏ। ହେଲେ ଏହି ଶିବ ମନ୍ଦିରରେ ମହାଦେବଙ୍କ ନିକଟରେ ଝାଡୁ ଲଗାଇବାର ରହିଛି ପରମ୍ପରା।

ଏ ହେଉଛି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର ପାତାଳେଶ୍ୱର ମହାଦେବ ମନ୍ଦିର। ମହାଦେବଙ୍କ ନିକଟରେ ଫୁଲ ଦୁଦୁରା ବେଲପତ୍ର ବଦଳରେ ଝାଡୁ ଚଢଡାଯାଉଥିବା ବେଳେ ଏହି ମନ୍ଦିରରେ କିନ୍ତୁ ପ୍ରତିଦିନ ଝାଡୁ ପ୍ରସାଦ ଭାବେ ଚଢାଇଥାନ୍ତି ଶ୍ରଦ୍ଧାଳୁ ମାନେ। କୁହାଯାଏ ଏହି ମନ୍ଦିରରେ ଝାଡୁ ଲଗାଇଲେ ସମସ୍ତ ମନୋସ୍କାମନା ପୂରଣ ହେବା ସହିିତ ଚର୍ମ ରୋଗ ବି ଭଲ ହୋଇଯାଏ।

ଶ୍ରଦ୍ଧାଳୁ ମାନେ ଝାଡୁ ଚଢାଇ ପ୍ରତିଦିନ ଆରାଧନା କରିଥାନ୍ତି। ଆଉ ପାତାଳେଶ୍ୱର ମହାଦେବଙ୍କ ମହିମା ବି ଅନେକ ରହିଛି। ଏଠି ଝାଡୁ ଚଢାଇଲେ ମହାଦେବ ପ୍ରସନ୍ନ୍ ହୋଇଥାନ୍ତି ବୋଲି ରହିଛି ବିଶ୍ୱାସ। ଆଉ ଏହି ବିଶ୍ୱାସ ଆଧାରରେ ଦୂରଦୂରାନ୍ତରୁ ବହୁ ଲୋକଙ୍କ ସୁଅ ଛୁଟିଥାଏ।

ଦେଢ ଶହ ବର୍ଷ ପୁରୁଣା ହେଉଛି ଏହି ଶିବ ମନ୍ଦିର। ଏନେଇ ଲୋକଙ୍କ ମନରେ ରହିଛି ବିଶ୍ୱାସ। ଆଉ ରହିଛି ପୁରୁଣା କିମ୍ବଦନ୍ତୀ। ହେଲେ ଭିନ୍ନ ଲୋକଙ୍କର ଭିନ୍ନ କାହାଣୀ ରହିଛି। ହେଲେ ମନ୍ଦିରରେ ଝାଡୁ ଚଢାଇବାର କଣ ରହିଛି ରହସ୍ୟ ତାହା କାହାକୁ ବି ଜଣା ନାହିଁ। ଏହି ରହସ୍ୟ ଏବେ ରହସ୍ୟ ହୋଇ ରହିଛି।

Comments are closed, but trackbacks and pingbacks are open.