Latest Odisha News

BREAKING NEWS

ପଶ୍ଚିମବଙ୍ଗରୁ ଯାଜପୁର ଫେରିଛନ୍ତି ୬ଶହରୁ ୭ଶହ ଲୋକ

ଯାଜପୁର: ଯାଜପୁରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଉ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଲକଡାଉନ୍ ବେଳେ ପଶ୍ଚିମବଙ୍ଗରୁ ଯାଜପୁରକୁ ଫେରିଛନ୍ତି ୬ଶହରୁ ୭ ଶହ ଲୋକ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ତେବେ ଏହି ପଶ୍ଚିମବଙ୍ଗ ଫେରନ୍ତା ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଏବଂ ସେମାନଙ୍କୁ ସରକାରୀ କେନ୍ଦ୍ରରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ଆଜି ଯାଜପୁର ଜିଲ୍ଲାରେ ଆଉ 4  ଜଣ କୋରୋନା ପଜିଟିଭ ରେ ଆକ୍ରାନ୍ତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ 3 ଜଣ ଯାଜପୁର ବ୍ଲକ ର ଏବଂ ଜଣେ ଦଶରଥପୁର ବ୍ଲକ ଅଞ୍ଚଳ ର ବୋଲି ଜଣାପଡିଛି। 4 ଜଣଙ୍କ ମଧ୍ୟରୁ 3 ଜଣ ମହିଳା ଏବଂ ଜଣେ ପୁରୁଷ ବୋଲି ଜଣାପଡ଼ିଛି।

ଏହି ଆକ୍ରାନ୍ତ ମାନେ କଲିକତା ଫେରନ୍ତା ଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଙ୍କ ଅଂଚଳ ଗୁଡିକୁ ପୂର୍ବରୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ତେବେ ଆଜି ସେହି ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ପାଇଁ ଟାଟା ମେଡିକା କୋବିଡ଼ ହସ୍ପିଟାଲ ରେ ଭର୍ତ୍ତି କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.