Latest Odisha News

BREAKING NEWS

ଅକ୍ଷୟ ତୃତୀୟା ଲାଗି ଚୂଡ଼ାନ୍ତ ପ୍ରସ୍ତୁତିରେ ନରେନ୍ଦ୍ର ପୁଷ୍କରିଣୀ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଖେଳିବେ ଚାପଖେଳ । ଏହି ଚାପଖେଳରେ ବ୍ୟବହୃତ ହେବ ଡଙ୍ଗା । ଏବେ ପୁଷ୍କରିଣୀ ସଫା ହେବା ପରେ ଦୁଇଟି ଡଙ୍ଗା ପ୍ରସ୍ତୁତି ଚାଲିଛି ।

ପୁରୀର ମହାରଣା ସେବକମାନେ ଦିନ ରାତି ପରିଶ୍ରମ କରି ଡଙ୍ଗା ନିର୍ମାଣ କରୁଛନ୍ତି । ଏବେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଏବେ ଲକ୍‌ଡାଉନ୍ ଯୋଗୁଁ ସାରା ଶ୍ରୀକ୍ଷେତ୍ର ଖାଁ ଖାଁ ଲାଗୁଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ସମସ୍ତଙ୍କ ଲକ୍ଷ୍ୟ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା ଉତ୍ସବ । ପୁରାଣ ପ୍ରସିଦ୍ଧ ନରେନ୍ଦ୍ର ପୁଷ୍କରିଣୀରେ ଏବେଠୁଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ ।

ଠାକୁରମାନେ ପୁଷ୍କରିଣୀରେ ଚାପ ଖେଳିଲା ବେଳେ ଡଙ୍ଗାରେ ଲାଗିବ ବିରାଟକାୟ ହଂସ । ହଂସ ସମେତ ଡଙ୍ଗାରେ ଠାକୁରମାନଙ୍କ ଆସ୍ଥାନ ଏବଂ ଝାଲେରୀ ନିର୍ମାଣ କାର୍ଯ୍ୟ ଚାଲିଛି । ଅକ୍ଷୟ ତୃତୀୟା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପ୍ତ ହେବାନେଇ ଜନୈକ ମହାରଣା ସେବକ କହିଛନ୍ତି ।

ସେହିପରି ପାରମ୍ପରିକ ଚନ୍ଦନ ଯାତ୍ରା ଆରମ୍ଭ ହେବା ପରେ ସେହି ଅକ୍ଷୟ ତୃତୀୟା ଦିନ ରଥକାଠ ଅନୁକୂଳ ହୋଇ ଆରମ୍ଭ ହେବ ରଥଖଳାରେ ରଥ ପ୍ରସ୍ତୁତି ।

Leave A Reply

Your email address will not be published.