Latest Odisha News

BREAKING NEWS

‘ୱାର୍ଲଡ ହେପାଟାଇଟସ୍ ଡେ’ରେ ବାଲୁକା କଳା

ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା । ‘ୱାର୍ଲଡ ହେପାଟାଇଟସ୍ ଡେ’ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଯାହା ପାଇଁ ତାଙ୍କୁ ଦୀର୍ଘ ୭ଘଣ୍ଟା ସମୟ ଲାଗିଥିଲା । ‘ହେପା ଟାଇଟସ୍ କ୍ୟାନ୍ ନଟ୍ ୱେଟ୍‌’ ରହିଛି ଚଳିତ ବର୍ଷର ଥିମ୍ ରହିଛି ।

ଆମର ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଫୁସ୍ ଫୁସ୍ କିଭଳି ସୁସ୍ଥ ରହିବ ତାହା ଆମ ନିଜ ହାତରେ ରହିଛି । ସୁସ୍ଥ ଜୀବନ ପାଇଁ ନିୟମିତ ଶୃଙ୍ଖଳିତ ଜୀବନ ଶୈଳୀ ହେପାଟାଇଟସ୍ ଠାରୁ ଦୂରରେ ରଖିବ । ଏନେଇ ସେ ଏଥିରେ ‘ପ୍ରୋଟେକ୍ଟ ୟୋରସେଲ୍ଫ ଫ୍ରମ୍ ହେପାଟାଇଟସ୍‌’ ଏବଂ ୱାର୍ଲଡ ହେପାଟାଇଟସ୍ ଡେ’ର ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.