Latest Odisha News

ପୋଖରୀରେ ବୁଡି ଏବିଭିପି ଜାତୀୟ ସମ୍ପାଦକଙ୍କ ମୃତ୍ୟୁ

ମୁମ୍ବାଇ: ଅଖିଳ ଭାରତୀୟ ବିଦ୍ୟାଥିୀ ପରିଷଦ (ଏବିଭିପି)କୁ ଆଜି ଶକ୍ତ ଧକ୍କା ଲାଗିଛି । ଜାତୀୟ ସମ୍ପାଦକ ତଥା ଯୁବ ନେତା ଅନିକେତ ଓଭହାଲ ନନ୍ଦୁରବାରର ଧାଡଗାଁଓଠାରେ ସାଙ୍ଗମାନଙ୍କ ସହ ପହୁଁରୁଥିବା ବେଳେ ବୁଡି ଯାଇଥିଲେ । ଏବିଭିପିର ପୂର୍ବତନ ଜାତୀୟ ମୂଖ୍ୟ ମିଲିନ୍ଦ ମରାଠେ ଏହି ସୂଚନା ଦେଇଛନ୍ତି । ମହାରାଷ୍ଟ୍ରର ସମ୍ପାଦକ କାର୍ଯ୍ୟ ସୂଚାରୁରୂପେ ତୁଲାଇବା ପରେ ତାଙ୍କୁ ଜାତୀୟସ୍ତରରେ ଗୁରୁ ଦାୟିତ୍ୱ ଦିଆଯାଇଥିଲା ।

ଜେଏନୟୁରେ ଏବିଭିପି ଆନ୍ଦୋଳନ ବେଳେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏଥିଯୋଗୁ ସେ ସାରା ଦେଶରେ ଚର୍ଚ୍ଚିତ ମଧ୍ୟ ହୋଇଥିଲେ । ଏକ ଭଉଁରୀରେ ଫସି ଯିବାରୁ ସେ ବୁଡି ଯାଇଥିବା ସାଙ୍ଗମାନେ କହିଛନ୍ତି । ପୋଲିସ ଘଟଣା ନେଇ ପଚରାଉଚରା ଜାରୀ ରଖିଛି ।

Leave A Reply

Your email address will not be published.