Latest Odisha News

BREAKING NEWS

କେବେ ଦେଖିଛନ୍ତି ? ଘୋଡାଙ୍କ ପଞ୍ଚତାରକା ହୋଟେଲ !

ଭୁବନେଶ୍ୱର: କେବେ ଶୁଣିଛନ୍ତି କି ? ଘୋଡାଙ୍କ ପାଇଁ ରହିଛି ବିଳାସମୟ ପଂଚତାରକା ହୋଟେଲ । ଏହି ହୋଟେଲରେ ଘୋଡାଙ୍କ ପାଇଁ ରହିଛି ସ୍ୱିମିଂ ପୁଲ୍‌ଠାରୁ ଆରମ୍ଭ କରି ହଟ୍ ବାଥ ଟବ୍ ସାଙ୍ଗକୁ ଅନେକ ଅକଳ୍ପନୀୟ ଆରାମଦାୟକ ସୁବିଧା । ତେବେ ଏଠି କୌଣସି ସାଧାରଣ ଘୋଡା ନୁହେଁ ବରଂ କିଛି ଖାସ୍ ଗୁଣ ଥିବା ଘୋଡାମାନଙ୍କୁ ହିଁ ରହିବା ପାଇଁ ସୁଯୋଗ ମିଳିଥାଏ ।

କାତାରର ଦୋହାରେ ଥିବା ଏହି ହୋଟଲେର ନାଁ ରହିଛି ଅଲ୍ ସକାବ୍ । ୧୯୯୨ରେ ଏମିର୍‌-ସେଖ୍‌-ହମାଦ୍‌-ବିନ୍‌-ଖଲିଫା-ଅଲ୍‌-ଥାନି ନାମକ ଜଣେ ବ୍ୟକ୍ତି ଏହାର ନିର୍ମାଣ କରାଇଥିଲେ । ଖାସ୍ ଆରବୀୟ ଘୋଡାଙ୍କ ପାଇଁ ଏହି ହୋଟେଲରେ ନିର୍ମାଣ ହୋଇଥିଲା । ଏଠି ଖାସ ଘୋଡାଙ୍କ ପାଇଁ ରହିଛି ବ୍ୟୁଟି ପାର୍ଲର୍ ଓ ଜିମ୍ନାସିୟମ୍ ଭଳି ସୁବିଧା ସହ ପ୍ରସୂତୀ ବିଭାଗ ମଧ୍ୟ ରହିଛି ।

ନବଜନ୍ମିତଠାରୁ ଆରମ୍ଭ କରି ବିଶ୍ୱବିଜୟୀ ଘୋଡାଙ୍କ ହୋଟେଲ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ହୋଟେଲ ପ୍ରାୟ ୭୪୦ଟି ଘୋଡାଙ୍କ ପାଇଁ ଠିକଣା ପାଲଟିଛି । ସାରା ବିଶ୍ୱରେ ଏହି ହୋଟେଲ ଘୋଡଙ୍କ ସ୍ୱର୍ଗ ଭାବେ ପରିଚିତ ।

ପ୍ରତି ୬ ମାସରେ ଏଠି ସମସ୍ତ ଘୋଡାଙ୍କର ନାଲ ବଦଳି କରାଯାଇଥାଏ । ତା ଛଡା ଏମାନଙ୍କ ଖାଦ୍ୟ ଅଷ୍ଟ୍ରେଲିଆରୁ ଓ ଶୋଇବା ପାଇଁ ସ୍ୱତନ୍ତ୍ର ସଂରଜାମ ନେଦରଲ୍ୟାଣ୍ଡରୁ ଆମଦାନୀ କରାଯାଇଥାଏ । ପ୍ରତ୍ୟେକ ଘୋଡାଙ୍କ ପାଇଁ ସ୍ୱତନ୍ତ୍ର ଡାଏଟ୍ ଥିବାବେଳେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ରହିଥାନ୍ତି । ନିୟମିତ ବ୍ୟବଧାନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥାଏ ।

ଘୋଡାଙ୍କୁ ସଦାସର୍ବଦା ସୁସ୍ଥ ରଖିବା ସହ ସେମାନଙ୍କ ମାଂସପେଶୀ ସୁଦୃଢ କରିବା ପାଇଁ ସ୍ୱିମିଂ ପୁଲ୍‌ର ସାହାରା ନିଆଯାଇଥାଏ । ପାଗ ଖରାପ ଥିଲେ ସ୍ୱତନ୍ତ୍ର ଟ୍ରେଡମିଲ୍‌ରେ ସେମାନଙ୍କୁ କସରତ କରାଯାଇଥାଏ । ତା ଛଡା ଥଣ୍ଡା କିମ୍ବା ଜ୍ୱରରୁ ସେମାନଙ୍କୁ ରକ୍ଷା କରିବା ପାଇଁ ହିଟ୍ ଲ୍ୟାମ୍ପ ଓ ସ୍ପା ର ବ୍ୟବସ୍ଥା ମଧ୍ୟ ରହିଛି ।

Leave A Reply

Your email address will not be published.