Latest Odisha News

BREAKING NEWS

ସସ୍ତା ଫ୍ଲାଇଟ ଟିକେଟ ଟାହୁଁଛନ୍ତି ତ ବୁକିଂ ପୂର୍ବରୁ ON କରିଦିଅନ୍ତୁ ଏହି ଗୁଗୁଲ ସେଟିଂ, ମିଳିବ ଚମତ୍କାର ଅଫର

ଭୁବନେଶ୍ୱର: ଯଦି ଆପଣ ଅନଲାଇନରେ ସସ୍ତା ଫ୍ଲାଇଟ ଟିକେଟ ଖୋଜିବା ପାଇଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି, ତେବେ ଏବେ ଆପଣଙ୍କ ପାଇଁ ଖୁସିର ଖବର। ଗୁଗଲ ଏକ ନୂଆ AI-ଚାଳିତ ଟୁଲ ‘ଫ୍ଲାଇଟ ଡିଲ୍ସ’ ଉପସ୍ଥାପନ କରିଛି, ଯାହା ଆପଣଙ୍କ ଯାତ୍ରା ଯୋଜନାକୁ ସହଜ ଓ ସସ୍ତା କରିବା ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଛି। କମ୍ପାନୀର ଦାବି ଅନୁଯାୟୀ, ଏହି ଟୁଲ ଆପଣଙ୍କ ବଜେଟ ଓ ଯାତ୍ରା ପସନ୍ଦ ଅନୁସାରେ ସବୁଠାରୁ ଉତ୍ତମ ଡିଲ୍ସ ଖୋଜି ଦେବ। ଗୁଗଲର ଏହି ନୂଆ ଫିଚର ଆଗାମୀ କିଛି ସପ୍ତାହ ମଧ୍ୟରେ ଆମେରିକା, କାନାଡା ଓ ଭାରତର ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ। ଆପଣ ଏହାକୁ ୱେବ ଓ ମୋବାଇଲ ଉଭୟ ପ୍ଲାଟଫର୍ମରେ ‘ଫ୍ଲାଇଟ ଡିଲ୍ସ’ ପେଜ ମାଧ୍ୟମରେ ଆକ୍ସେସ କରିପାରିବେ।

କିପରି କାମ କରିବ?
‘ଫ୍ଲାଇଟ ଡିଲ୍ସ’ ଗୁଗଲର ଅତ୍ୟାଧୁନିକ Gemini AI ମଡେଲ ଦ୍ୱାରା ଚାଳିତ। ଏହା ଆପଣଙ୍କ ଟେକ୍ସଟ ପ୍ରମ୍ପଟକୁ ବୁଝି ଲାଇଭ Google Flights ଡାଟା ଆଧାରରେ ସବୁଠାରୁ ନୂଆ ଓ ସଠିକ ଫଳାଫଳ ଦେଖାଇବ। ଉଦାହରଣ ସ୍ୱରୂପ, ଯଦି ଆପଣ ଟାଇପ କରନ୍ତି – ‘ଏହି ଶୀତଦିନେ ୭ ଦିନିଆ ଟ୍ରିପ ଚାହୁଁଛି, ନନ-ଷ୍ଟପ ଫ୍ଲାଇଟ, ଏବଂ ଏମିତି ସହର ଯେଉଁଠି ଖାଦ୍ୟର ମଜା ଅଲଗା ହେବ’, ତେବେ ଏହି ଟୁଲ ତୁରନ୍ତ ଆପଣଙ୍କ ପାଇଁ ସଠିକ ବିକଳ୍ପ ବାହାର କରିଦେବ।

Google Flights ବନ୍ଦ ହେବ କି?
ନା। ଗୁଗଲର କହିବା ଅନୁଯାୟୀ, ଏହା ବର୍ତ୍ତମାନ କେବଳ ଏକ ପରୀକ୍ଷାମୂଳକ ଉଦ୍ୟମ, ଯାହା ଦେଖିବା ପାଇଁ କରାଯାଉଛି ଯେ AI ଯାତ୍ରା ଯୋଜନାକୁ କେତେ ଭଲ କରିପାରେ। ପାରମ୍ପରିକ Google Flights ସେବା ପୂର୍ବ ଭଳି ଚାଲୁ ରହିବ।

 

Comments are closed.