Latest Odisha News

BREAKING NEWS

ବିୟର ଫ୍ୟାକ୍ଟ୍ରିରେ ଦୁର୍ଘଟଣା, ଚାଲିଗଲା ଶ୍ରମିକଙ୍କ ଜୀବନ

ପାଟଣାଗଡ : ବଲାଙ୍ଗିର ବେଲପଡା ଥାନା ସରମୁହାଣ ଗାଁରେ ଥିବା ବିୟର ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୁନହାଡ ଗାଁର ବିଶ୍ବନାଥ ହଂସ । ସେ ଛାତ ଉପରେ ବିୟର ଫ୍ୟାକ୍ଟ୍ରିର କୁଲିଙ୍ଗ ପ୍ଲାଣ୍ଟ କାମ କରିବା ସମୟରେ ତଳକୁ ଖସିପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ସହକର୍ମୀମାନେ ବେଲପଡା ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ବିୟର ମୃତକଙ୍କ ପରିବାର ୨ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ଦାବୀ କରିବା ସହ ବେଲପଡା ଥାନାକୁ ଆସିଥିଲେ । ବେଲପଡା ଥାନା ଅଧିକାରୀ ଲୋକଙ୍କୁ ବୁଝାସୁଝା କରିବା ସହ ନିଜ ପକେଟରୁ ୨୦ ହଜାର ଟଙ୍କା ଦେଇଥିଲେ । ଏବଂ ଫ୍ୟାକ୍ଟ୍ରି ମାଲିକ ଆସିଲେ ଆସନ୍ତାକାଲି ବାକି ୧ ଲକ୍ଷ ୮୦ ହଜାର ଟଙ୍କା ଦେବେ ବୋଲି କହିବା ପରେ ମୃତକଙ୍କ ଘରକୁ ଫେରିଥିଲେ । କିନ୍ତୁ ଏଠି ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । କାହା ସ୍ବାର୍ଥରେ ଥାନା ଅଧିକାରୀ ବୁଲୁ ମୁଣ୍ଡା ମୃତ ପରିବାରକୁ ନିଜ ପକେଟରୁ ୨୦ ହଜାର ଟଙ୍କା ଦେଇଥିଲେ । ମାମଲାକୁ ରଫାଦଫା କରିବାକୁ ଏଭଳି ଉଦ୍ୟମ କରିନାହାନ୍ତି ତ ଥାନା ଅଧିକାରୀ । ବିୟର ଫ୍ୟାକ୍ଟ୍ରି ମାଲିକ ଓ ଥାନା ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବେ ଅନୁମାନ କରାଯାଉଛି । ଫ୍ୟାକ୍ଟ୍ରି ଭିତରେ ଶ୍ରମିକଙ୍କ ପୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ, ବୀମା ମଧ୍ୟ କରାଯାଇନାହିଁ । ଶ୍ରମିକ ସୁରକ୍ଷା ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ବେଳେ, ପୋଲିସ ଓ ଶ୍ରମ ବିଭାଗ ସବୁ ଜାଣିଶୁଣି ଚୁପ ରହୁଛନ୍ତି । ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.